ଛାଡ଼ପତ୍ର ପରେ ଦ୍ୱିତୀୟ ବିବାହ କରିଲେ ବଲିଉଡ୍‌ର ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ର ସୁପରହିଟ୍‌ ଫିଲ୍ମ ‘ରହନା ହୈ ତେରେ ଦିଲ୍‌ ମେଁ’ ଅଭିନେତ୍ରୀ ଦିୟା ମିର୍ଜା ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଦିୟା ୧୫ ଫେବୃୟାରୀରେ ବ୍ୟବସାୟୀ ବୈଭବ ରେଖୀଙ୍କ ସହ ବିବାହ କରିବେ। ଏହି ବିବାହରେ ଉଭୟଙ୍କ ପରିବାରର ସଦସ୍ୟ ଏବଂ କିଛି ବନ୍ଧୁ ଉପସ୍ଥିତ ରହିବେ। ଲକ୍‌ଡାଉନ୍‌ ସମୟରେ ଦିୟା ଏବଂ ବୈଭବଙ୍କ ମଧ୍ୟରେ ବନ୍ଧୁତ୍ୱ ବଢ଼ିଥିଲା। ପରେ ଉଭୟ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ।
ବୈଭବ ପ୍ରସିଦ୍ଧ ଯୋଗ ପ୍ରଶିକ୍ଷକ ସୁନୈନା ରେଖୀଙ୍କର ସ୍ବାମୀ ଥିଲେ। ତେବେ ପରେ ଉଭୟ ପରସ୍ପରଠାରୁ ଅଲଗା ହୋଇଥିଲେ। ସେହିପରି ଦିୟା ୧୮ ଅକ୍ଟୋବର ୨୦୧୪ରେ ବ୍ୟବସାୟୀ ସାହିଲ ସଂଘାଙ୍କୁ ବିବାହ କରିଥିଲେ। ମାତ୍ର ଅଗଷ୍ଟ ୨୦୧୯ରେ ଦିୟା ସାହିଲଙ୍କ ଠାରୁ ଅଲଗା ହେବାର ଖବର ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଜଣାଇଥିଲେ।

Share