ଡାଇବେଟିସ୍‌ ଓ ଅଣ୍ଡା

ପ୍ରତିଦିନ ଆବଶ୍ୟକତାଠାରୁ ଅଧିକ ଅଣ୍ଡା ଖାଇଲେ ତାହା ଡାଇବେଟିସ୍‌ ସମସ୍ୟାକୁ ପରୋକ୍ଷରେ ଡାକି ଆଣିଥାଏ। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନଙ୍କ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଏପରି ତଥ୍ୟ ଲୋକଲୋଚନକୁ ଆସିଛି। ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଯେଉଁମାନେ ଦୈନିକ ଆବଶ୍ୟକତାଠାରୁ ଅଧିକ ଅଣ୍ଡା ଖାଆନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୬୦% ବ୍ୟକ୍ତି ଡାଇବେଟିସ୍‌ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଯେଉଁମାନେ ଅଧିକ ଅଣ୍ଡା ଖାଆନ୍ତି, ସେମାନଙ୍କ ଶରୀରରେ ସେରମ୍‌ କୋଲେଷ୍ଟରଲ୍‌ର ସ୍ତର ଅଧିକ ଥାଏ। ସେଥିପାଇଁ ଡାକ୍ତରମାନେ ଡାଇବେଟିସ୍‌ ରୋଗୀଙ୍କୁ ଅଣ୍ଡା ଖାଇବାକୁ ବାରଣ କରିଥା’ନ୍ତି। ତେବେ ଜଣେ ଡାଇବେଟିସ୍‌ ରୋଗୀ ଦହି ଖାଇପାରିବେ। ତା’ ସହ ମାଛ ଖାଇଲେ ଏଥିରେ ଥିବା ପ୍ରୋଟିନ୍‌ ଆମ ଶରୀରକୁ ଶକ୍ତି ଯୋଗାଇବା ସହ ଓମେଗା ୩ ହାର୍ଟକୁ ସୁସ୍ଥ ରଖିଥାଏ। ସବୁଜ ପନିପରିବାରେ କମ୍‌ କ୍ୟାଲୋରି ଏବଂ ଅଧିକ ପୋଷକ ତତ୍ତ୍ୱ ଥାଏ। ଏହା ଡାଇବେଟିସ୍‌ ରୋଗୀଙ୍କ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ।