ଡାଇବେଟିସ୍‌ ଓ ରୋଗ ପ୍ରତିରୋଧକ ଶକ୍ତି

ଡାଇବେଟିସ୍‌ ବା ମଧୁମେହ ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଆମ ଦେଶରେ ଏହି ରୋଗୀଙ୍କ ସଂଖ୍ୟା ଏତେ ଯେ ଭାରତକୁ ‘ଡାଇବେଟିସ୍‌ର ରାଜଧାନୀ’ ବୋଲି କୁହାଯାଏ। ଯଦି ଆପଣଙ୍କ ରକ୍ତରେ ସୁଗାର ଦୀର୍ଘ ମାସ ଧରି ଅସନ୍ତୁଳିତ ରହିଲା, ତେବେ ତାହା ପରୋକ୍ଷରେ କେତେକ ରୋଗର କାରଣ ସାଜିଥାଏ। ସବୁଠାରୁ ଖାସ୍‌ କଥା ହେଲା, ଏହାର ପ୍ରଭାବ ରୋଗ ପ୍ରତିରୋଧକ ଶକ୍ତି (ଇମ୍ୟୁନିଟି ପାଓ୍ବାର) ଉପରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି। ତା’ ସହ ଯଦି ସଂପୃକ୍ତ ବ୍ୟକ୍ତିଙ୍କର ମେଦବହୁଳତା ସମସ୍ୟା ରହିଲା, ତେବେ ଏହି ଆଶଙ୍କା ଦ୍ୱିଗୁଣିତ ହୋଇଯାଇଥାଏ ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଜଣାପଡିଛି। ତେଣୁ ଜଣେ ଡାଇବେଟିସ୍‌ ରୋଗୀ ନିଜର ସୁଗାର ପରିମାଣ ସହ ଓଜନକୁ ସବୁବେଳେ ସନ୍ତୁଳିତ ରଖିବା ଆବଶ୍ୟକ।