ଡାଇବେଟିସ୍‌ ହୋଇପାରେ ଆଲ୍‌ଜିମର୍ସର କାରଣ

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ତେବେ ଏହି ରୋଗରେ ଆକ୍ରାନ୍ତ ହେବା ପରେ ଆମକୁ ଖାଦ୍ୟପେୟ ପ୍ରତି ସତର୍କ ରହିବାକୁ ପଡ଼ିଥାଏ। ତା’ ସହ ନିୟମିତ ସମୟ ଅନ୍ତରାଳରେ ରକ୍ତରେ ସୁଗାର ପରିମାଣ କେତେ ଅଛି, ତାହା ଚେକ୍‌ କରିବାକୁ ପଡ଼େ। ସୁଗାର ପରିମାଣ ଅଧିକାଂଶ ସମୟ ଅସନ୍ତୁିତ ରହିଲେ ତାହାର ପ୍ରଭାର ଶରୀରର ପ୍ରମୁଖ ଅଙ୍ଗ ଉପରେ ପଡ଼ିଥାଏ। ଏହାଦ୍ୱାରା ବିଶେଷ ଭାବରେ ହାର୍ଟ, କିଡ୍‌ନୀ ଏବଂ ଦୃଷ୍ଟିଶକ୍ତି ପ୍ରଭାବିତ ହେବାର ଆଶଙ୍କା ଥାଏ। ତେବେ ଏହି ତାଲିକାରେ ଏବେ ଆଉ ଏକ ସମସ୍ୟା ଯୋଡ଼ି ହୋଇଛି। ଡାଇବେଟିସ୍‌ ଅସନ୍ତୁଳିତ ରହିଲେ ଆଲ୍‌ଜିମର୍ସ ପରି ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ଏ ସମ୍ପର୍କରେ ଗବେଷଣା କରିବା ସମୟରେ ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏ କଥା ଜାଣିପାରିଛନ୍ତି।