ଇନ୍‌ଫେକ୍‌ଶନ ବଢ଼ାଏ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ରୋଗ ପାଲଟି ଗଲାଣି। ପ୍ରାରମ୍ଭରୁ ଏହାର ଲକ୍ଷଣ ବିଷୟରେ ଅବଗତ ହୋଇ ଚିକିତ୍ସା କରାଇଲେ ତାହା ନିୟନ୍ତ୍ରଣରେ ରହିଥାଏ। ଯଦି ରକ୍ତରେ ସୁଗାର ପରିମାଣ ଅଧିକାଂଶ ସମୟ ଅସନ୍ତୁଳିତ ରହିଲା, ତେବେ ତାହା ପରବର୍ତ୍ତୀ ସମୟରେ ଜଟିଳ ସମସ୍ୟା ସୃଷ୍ଟି କରିଥାଏ। ଅସନ୍ତୁଳିତ ଜୀବନଶୈଳୀ, ଖାଦ୍ୟପେୟ ଆଦି ଏପରି ସମସ୍ୟା ପାଇଁ ଦାୟୀ। ତେବେ ଏକ ପ୍ରକାର ଇନ୍‌ଫେକ୍‌ଶନ ପାଇଁ ଟାଇପ୍‌-୧ ଡାଇବେଟିସ୍‌ ହେବାର ଆଶଙ୍କା ରହିଛି। ତାହା ହେଲା ‘ରୋଟୋଭାଇରସ୍‌ ଇନ୍‌ଫେକ୍‌ଶନ’। ତେବେ ଏପରି ଇନ୍‌ଫେକ୍‌ଶନଠାରୁ ନିଜକୁ ଦୂରେଇ ରଖିବାର ଉପାୟ ମଧ୍ୟ ରହିଛି। ତାହା ଟିକା। ଏହାଦ୍ୱାରା ରୋଟୋଭାଇରସ୍‌ ଇନ୍‌ଫେକ୍‌ଶନ ହେବାର ଆଶଙ୍କା କେତେକାଂଶରେ କମ୍‌ ଥାଏ ବୋଲି ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। କେତେ ଜଣ ଟାଇପ୍‌-୧ ଡାଇବେଟିସ୍‌ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରୁଥିବା ସମୟରେ ସେମାନେ ଏପରି ଇନ୍‌ଫେକ୍‌ଶନ ବିଷୟରେ ଜାଣିପାରିଥିଲେ।