ଆଜିକାଲି ଅଧିକାଂଶ ବ୍ୟକ୍ତି ଡାଇବେଟିସ୍ ବା ମଧୁମେହ ରୋଗରେ ପୀଡ଼ିତ। ଡାଇବେଟିସ ରୋଗୀ ଯେହେତୁ ନିଜର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହନ୍ତି, ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି ଅଧିକ ସଚେତନ ରହିବାକୁ ପଡେ।ଡାଇବେଟିସ୍ ଏମିତି ଏକ ରୋଗ ଯାହା ମଣିଷର ଶରୀରକୁ ନଷ୍ଟ କରିଦିଏ। ସାଧାରଣତଃ ସୁସ୍ଥ ରହିବା ପାଇଁ ଲୋକେ ଫଳ ଖାଇଥାନ୍ତି। ମାତ୍ର ଡାଇବେଟିସ୍ ରୋଗୀଙ୍କ ପାଇଁ କିଛି ଫଳ ସମ୍ପୂର୍ଣ୍ଣ ବାରଣ ରହିଛି। କାରଣ ଏପରି ମିଠା ଫଳ ଖାଇଲେ ରୋଗୀଙ୍କ ଶରୀରରେ ସୁଗାର ଲେବଲ ବା ଶର୍କରା ପରିମାଣ ଆହୁରି ବଢ଼ିଯାଇଥାଏ। ତେବେ ଜାଣନ୍ତୁ ଏ ସମ୍ପର୍କରେ…
ସବୁଫଳ ଫଳ ଯେ, ଡାଇବେଟିସ୍ ରୋଗୀ ଛାଡ଼ି ଦେବା ଉଚିତ୍ ତା’ ନୁହେଁ। ମାତ୍ର କିଛି ଫଳକୁ ସମ୍ପୂର୍ଣ୍ଣ ଛାଡ଼ିଦେବା ଉଚିତ।
ତରଭୁଜ:
ତରଭୁଜ ଏମିତି ଏକ ଫଳ। ଯାହାକୁ ଖାଇଲେ ଡାଇବେଟିସ୍ ରୋଗୀଙ୍କ ଶରୀରରେ ସୁଗାରର ମାତ୍ରା ଆହୁରି ବଢ଼ିଯାଇଥାଏ।
କଦଳୀ:
କଦଳୀରେ ଅଧିକ ଶର୍କରା ଭାଗ ଥାଏ। ଯାହାକୁ ଖାଇଲେ ବ୍ଲଡ୍ ସୁଗାର ବଢ଼ିଥାଏ।
ଅଙ୍ଗୁର:
ଅଙ୍ଗୁର ପ୍ରାକୃତିକ ମିଠାରେ ଭରପୂର ରହିଥାଏ। ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ ୫୩-୫୯ ରହିଥାଏ। ଯାହାଦ୍ୱାରା ଏହାକୁ ଖାଇଲେ ଡାଇବେଟିସ୍ଙ୍କ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇଥାଏ।
ସପୁରୀ: ଏଥିରେ ପ୍ରଚୁର ପରିମାଣର ଗ୍ଲାଇକୋଡିନ୍ ରହିଥାଏ। ଏହା ମଧ୍ୟ ବ୍ଲଡ୍ ସୁଗାର ବଢ଼ାଇଥାଏ।
ସେଓ:
କୁହାଯାଏ, ଗୋଟିଏ ସେଓ ଖାଇବା ଦ୍ୱାରା ଅନେକ ରୋଗ ଭଲ ହୁଏ। ସେଓ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ, ଏଥିରେ କୌଣସି ସନ୍ଦେହ ନାହିଁ, କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏହାର ରସ ପିଇବା ଦ୍ୱାରା ରକ୍ତରେ ଶର୍କରା ବୃଦ୍ଧି ପାଇପାରେ। କାରଣ ଏଥିରେ ପ୍ରାକୃତିକ ସୁଗାର ବୃଦ୍ଧି ପାଇପାରେ। ସେଓ ରସ ପିଇବା ଦ୍ୱାରା ସୁଗାର ବୃଦ୍ଧି ପାଏ।