ବ୍ୟଥାଜନିତ ସମସ୍ୟାର ନିରାକରଣ

”ମଧୁମେହ ବା ଡାଇବେଟିସ୍‌ ପରବର୍ତ୍ତୀ ସମୟରେ ନ୍ୟୁରୋପ୍ୟାଥିକ୍‌ ପେନ୍‌ ବା ସ୍ନାୟୁଜନିତ ଯନ୍ତ୍ରଣାର ମୁଖ୍ୟ କାରଣ ବନିଯାଏ। ରୋଗୀମାନେ ପାଦରେ ଜଳାପୋଡ଼ା ହେବା, ଝିମ୍‌ ଝିମ୍‌ ଲାଗିବା, ଛୁଞ୍ଚତ୍ ଫୋଡିଲା ପରି ଅନୁଭବ ହେବା, ହାତରେ ସ୍ନାୟୁ ଦବିଯାଇ ଝିମ୍‌ଝିମ୍‌ ହେବା ଇତ୍ୟାଦି। ନ୍ୟୁରୋପ୍ୟାଥିକ୍‌ ପେନ୍‌ ହିଁ ମଧୁମେହ ରୋଗୀଙ୍କଠାରେ ବେଶି ଦେଖାଯାଏ। ସେହିପରି ୭୦-୮୦ ପ୍ରତିଶତ ବ୍ୟକ୍ତି କ୍ୟାନ୍‌ସରରେ ଆକ୍ରାନ୍ତ ହୋଇ ବ୍ୟଥାଜନିତ ସମସ୍ୟାରେ ଜୀବନର ଶେଷ ମୁହୂର୍ତ୍ତ ବିତାଇଥାଆନ୍ତି।“

ବର୍ତ୍ତମାନ ଆମେ ଯଦି ପରସ୍ପରକୁ ପଚାରିବା-କ’ଣ ହେଉଛି ମୁଖ୍ୟ ସ୍ବାସ୍ଥ୍ୟ ସମସ୍ୟା? କିଛି କହିବେ-ମଧୁମେହ ବା ଡାଇବେଟିସ୍‌, ହୃଦ୍‌ରୋଗ, କ୍ୟାନ୍‌ସର ଇତ୍ୟାଦି। କିନ୍ତୁ ସମସ୍ତେ ଅଳ୍ପବହୁତେ ନିଶ୍ଚିତ ରୂପେ ଅନୁଭବ କରିଥିବେ କିମ୍ବା ନିଜ ଘର, ପରିବାର ଏବଂ ସମ୍ପର୍କୀୟଙ୍କଠାରେ ପରିଲକ୍ଷିତ କରିଥିବେ ଯେ ବର୍ତ୍ତମାନ ଉପରୋକ୍ତ ରୋଗଠାରୁ ‘ବ୍ୟଥାଜନିତ ରୋଗ (cronic pain) ହିଁ ଏକ ମୁଖ୍ୟ ସମସ୍ୟା ଭାବରେ ଉଭା ହୋଇଛି। ବିଭିନ୍ନ ଗବେଷଣା ଓ ପରିସଂଖ୍ୟାନ ମଧ୍ୟ ଏହାକୁ ମଧ୍ୟ ପ୍ରମାଣିତ କରୁଛି।
ସାଧାରଣ ଲୋକ ହିସାବରେ ମନରେ ପ୍ରଶ୍ନ ଉଠେ ଯେ ଏହି ବ୍ୟଥାଜନିତ ରୋଗ କ’ଣ ? ଏହାର ଅର୍ଥ ହେଉଛି ଯେ, ଯେଉଁ ବ୍ୟଥା ତିନି ମାସରୁ ଅଧିକ ସମୟ ଧରି ଆମ ଶରୀରରେ ଅଛି ଏବଂ ତାହାଦ୍ୱାରା ଆମର ଜୀବନଶୈଳୀ ପ୍ରଭାବିତ ହେଉଛି। ଏଥର ଯେମିତି ଆମ ପରିବାର ଆଡେ ନଜର ପକାଇବା, ତେବେ ଆମେ ଜାଣିପାରିବା ଯେ ଆମର ବାପା, ମା’, ଜେଜେବାପା, ଜେଜେ ମା’ କିମ୍ବା ଅଜା ଆଈ ଆଣ୍ଠୁବ୍ୟଥା, ସିଆଟିକା, ମାଇଗ୍ରେନ୍‌, ସ୍ନାୟୁଜନିତ ବ୍ୟଥା (neuropathic pain), ର୍ୟୁମାଟଏଡ୍‌ ଆର୍ଥ୍ରାଇଟିସ୍‌, ବେକ ବ୍ୟଥା, କ୍ୟାନ୍‌ସରଜନିତ ବ୍ୟଥା, ପାଦ ବ୍ୟଥା ଇତ୍ୟାଦି ଦୀର୍ଘକାଳୀନ ବ୍ୟଥାରେ ମାସ କିମ୍ବା ବର୍ଷ ବର୍ଷ ଧରି ପୀଡ଼ିତ ଥିବେ। କାହାକୁ ସକାଳେ ଉଠିଲେ ତଳି ପାଦ ବ୍ୟଥା ଯୋଗୁ ଛୋଟେଇ ଛୋଟେଇ ଚାଲୁଛନ୍ତି ତ କିଏ ଅଷ୍ଟିଓଆର୍ଥ୍ରାଇଟିସ୍‌ଜନିତ ଆଣ୍ଠୁବ୍ୟଥା ଦୈନନ୍ଦିନ କାର୍ଯ୍ୟକୁ ପ୍ରଭାବିତ କରୁଛି। ପୁଣି ଘରର କେହି ଜଣେ ସଦସ୍ୟ ହାତ ଆଙ୍ଗୁଠି ଝିମ୍‌ଝିମ୍‌ ବ୍ୟଥା, କାଲୁଆ ଯୋଗୁ ରାତିରେ ବାରମ୍ବାର ଉଠି ପଡୁଛନ୍ତି ତ କିଏ ସକାଳୁ ଉଠିଲେ ହାତ ମୁଠା କରିପାରୁନାହାନ୍ତି ସାଂଘାତିକ ବ୍ୟଥା ପାଇଁ। ଏହା ହେଉଛି ପ୍ରାୟ ଅନେକଙ୍କ ଘର ଘରର କାହାଣୀ। ଏପରି କି କିଛି ଲୋକ ଏଇ ବ୍ୟଥା ଥଣ୍ଡା ପାଇଁ କିମ୍ବା ପାଗ ପରିବର୍ତ୍ତନ ଯୋଗୁ ହେଉଛି କହି ମାସ ମାସ ଧରି ଅଣଦେଖା କରନ୍ତି। ଆଉ ଗୋଟେ କଥା ଏଠାରେ ସୂଚାଇ ଦେବା ଠିକ୍‌ ହେବ ଯେ ମଧୁମେହ ବା ଡାଇବେଟିସ୍‌ ପରବର୍ତ୍ତୀ ସମୟରେ ନ୍ୟୁରୋପ୍ୟାଥିକ୍‌ ପେନ୍‌ ବା ସ୍ନାୟୁଜନିତ ଯନ୍ତ୍ରଣାର ମୁଖ୍ୟ କାରଣ ବନିଯାଏ। ରୋଗୀମାନେ ପାଦରେ ଜଳାପୋଡା ହେବା, ଝିମ୍‌ ଝିମ୍‌ ଲାଗିବା, ଛୁଞ୍ଚତ୍ ଫୋଡିଲା ପରି ଅନୁଭବ ହେବା, ହାତରେ ସ୍ନାୟୁ ଦବିଯାଇ ଝିମ୍‌ଝିମ୍‌ ହେବା ଇତ୍ୟାଦି। ନ୍ୟୁରୋପ୍ୟାଥିକ୍‌ ପେନ୍‌ ହିଁ ମଧୁମେହ ରୋଗୀଙ୍କଠାରେ ବେଶି ଦେଖାଯାଏ। ସେହିପରି ୭୦-୮୦ ପ୍ରତିଶତ ବ୍ୟକ୍ତି କ୍ୟାନ୍‌ସରରେ ଆକ୍ରାନ୍ତ ହୋଇ ବ୍ୟଥାଜନିତ ସମସ୍ୟାରେ ଜୀବନର ଶେଷ ମୁହୂର୍ତ୍ତ ବିତାଇଥାଆନ୍ତି।
ଏକ ପରିସଂଖ୍ୟାନରୁ ଜଣାଯାଇଛି ଯେ, ସାରା ପୃଥିବୀରେ ୨୫-୩୦ ପ୍ରତିଶତ ଲୋକ ଦୀର୍ଘକାଳୀନ ବ୍ୟଥାରେ ଆକ୍ରାନ୍ତ। ବ୍ୟଥା ସାଧାରଣତଃ ବିଭିନ୍ନ ରୋଗର ଲକ୍ଷଣ ଭାବରେ ଗଣାଯାଏ। କିନ୍ତୁ ଦୀର୍ଘକାଳୀନ ବ୍ୟଥା ହିଁ ଏକ ରୋଗ ରୂପେ ପରିଗଣିତ କରାଯାଏ।
ତେବେ ପ୍ରଶ୍ନ ଉଠେ-କାହିଁକି ଏତେ ମାତ୍ରାରେ ଦୀର୍ଘକାଳୀନ ବ୍ୟଥା ସମସ୍ୟା ବଢ଼ିଯାଇଛି? ପ୍ରଥମତଃ ଆମର ଜୀବନଶୈଳୀରେ ଖାଦ୍ୟପେୟର ପରିବର୍ତ୍ତନ ଏବଂ ମେଦବହୁଳତା ଇତ୍ୟାଦି ମୁଖ୍ୟ କାରଣ। ଏକ ସନ୍ତୁଳିତ ଜୀବନଶୈଳୀ ଅନୁସରଣ କଲେ ଆମେ ନିଜକୁ କେତେକ ରୋଗଠାରୁ କେତେକାଂଶରେ ଦୂରେଇ ରଖିପାଇବା। ନିୟମିତ ବ୍ୟାୟାମ ନ କଲେ, ସୁଷମ ଖାଦ୍ୟ ନ ଖାଇଲେ, ଏକ ନିୟନ୍ତ୍ରିତ ଜୀବନଶୈଳୀ ଅନୁସରଣ ନ କଲେ ଏଭଳି ସମସ୍ୟା ଦେଖାଯିବାର ଆଶଙ୍କା ରହିଛି।
ଆଜିକାଲି ରୋଗ ନିରୂପଣ ପାଇଁ ଏମଆରଆଇ, ସିଟି ସ୍କାନ୍‌, ଅଲଟ୍ରାସାଉଣ୍ଡ ଆଦି ବିଭିନ୍ନ ପ୍ରକାର ପ୍ରଣାଳୀରେ ରୋଗଗୁଡିକୁ ସହଜରେ ନିରୂପଣ କରାଯାଇପାରୁଛି।
ତେବେ ଦୀର୍ଘକାଳୀନ ବ୍ୟଥାର କିପରି ଚିକିତ୍ସା ଏବଂ ନିରାକରଣ କରାଯାଇପାରିବ? ଏବେ ପେନ୍‌ ମ୍ୟାନେଜମେଣ୍ଟ/ପେନ୍‌ ମେଡିସିନ୍‌ ଗୋଟିଏ ସୁପରସ୍ପେଶାଲିଟି ସବଜେକ୍ଟ ଭାବେ ଆଗଧାଡିରେ ପହଞ୍ଚତ୍ଛି। ପେନ୍‌ ମ୍ୟାନେଜମେଣ୍ଟ ଡାକ୍ତରମାନେ ସାଧାରଣତଃ ଏମ.ଡି./ପି.ଜି. ପରେ ପୁଣି କ୍ରୋନିକ୍‌ ପେନ୍‌ ମ୍ୟାନେଜମେଣ୍ଟ କୋର୍ସରେ ୨-୩ ବର୍ଷ ପ୍ରଶିକ୍ଷଣ ନେଇଥାଆନ୍ତି। ଏଇ ବିଭାଗରେ ପ୍ରଶିକ୍ଷିତ ଡାକ୍ତରମାନେ ସବୁପ୍ରକାର ଦୀର୍ଘକାଳୀନ ବ୍ୟଥା ଯେମିତିକି-ଆଣ୍ଠୁଗଣ୍ଠିଜନିତ ବ୍ୟଥା, ଅଣ୍ଟା, ବେକ ବ୍ୟଥା (spinal pain), ସିଆଟିକା, ମୁଣ୍ଡବ୍ୟଥା, ପାଦ ବ୍ୟଥା, ସ୍ନାୟୁଜନିତ ବ୍ୟଥା, ମୁହଁଜନିତ ବ୍ୟଥା (facial pain) ଏବଂ କ୍ୟାନ୍‌ସରଜନିତ ବ୍ୟଥାର ଠିକ୍‌ କାରଣ ଓ ଚିକିତ୍ସା ବିଷୟରେ ବିଶେଷ ଧ୍ୟାନ ଦିଅନ୍ତି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ପେନ୍‌ ମ୍ୟାନେଜମେଣ୍ଟ ସ୍ପେଶାଲିଷ୍ଟ ଡାକ୍ତରମାନେ ବିନା ଅପରେଶନ ଚିକିତ୍ସା ଉପରେ ଗୁରୁତ୍ୱ ଦେଇଥାଆନ୍ତି।
ଦୀର୍ଘକାଳୀନ ବ୍ୟଥା ମଧ୍ୟରେ ଅନ୍ୟତମ ହେଉଛି ଅଣ୍ଟା ବ୍ୟଥା। ଅଣ୍ଟା ବ୍ୟଥାର ବହୁତ କାରଣ ଅଛି। ବେଳେବେଳେ ଅଣ୍ଟାରୁ ଆରମ୍ଭ ହୋଇ ଗୋଡ ଯାଏ ବ୍ୟଥା ହୁଏ। ଏସବୁକୁ ଏପରି କି ସ୍ପାଇନ୍‌ ମସଲସ କିମ୍ବା ସ୍ନାୟୁରୁ ମଧ୍ୟ ବ୍ୟଥା ଆସିପାରେ। ଠିକ୍‌ ପରୀକ୍ଷା ନିରୀକ୍ଷା କରି ପ୍ରକୃତ କାରଣ ଖୋଜିବା ହିଁ ଜଟିଳ ପଦ୍ଧତି। କିନ୍ତୁ ଠିକ୍‌ ଔଷଧ, ଫିଜିଓଥେରାପି ଏବଂ ନିୟମିତ ବ୍ୟାୟାମ ଦ୍ୱାରା ଏହି ରୋଗ ଠିକ୍‌ ହୋଇପାରିବେ। ଏ ବିଷୟରେ ଅଭିଜ୍ଞ ପେନ୍‌ ମ୍ୟାନେଜମେଣ୍ଟ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ସେହିପରି ଆଣ୍ଠୁ ବ୍ୟଥାର ଚାରୋଟି ଷ୍ଟେଜ୍‌ ଅଛି। ମୁଖ୍ୟତଃ ଅନ୍ତିମ ଷ୍ଟେଜ୍‌ରେ ଆଣ୍ଠୁ ପ୍ରତିରୋପଣ (knee replacement) ଅପରେଶନ ଦରକାର ହୁଏ। ନ ହେଲେ ଅବଶିଷ୍ଟ ତିନୋଟି ଷ୍ଟେଜ୍‌ରେ ଡାକ୍ତର କେତେଗୁଡିଏ ଚିକିତ୍ସା ପ୍ରଣାଳୀ ଅନୁସରଣ କରି ଏହାର ଚିକିତ୍ସା କରିଥାଆନ୍ତି।
ଏଇ ପେନ୍‌ କ୍ଲିନିକ ଏବଂ ପେନ୍‌ ମ୍ୟାନେଜମେଣ୍ଟ ବିଦେଶରେ ସବୁ ଡାକ୍ତରଖାନାରେ ଉପଲବ୍ଧ। ତେଣୁ ଆମ ରାଜ୍ୟରେ ଏହି ସୁବିଧା କେବଳ କଟକ କିମ୍ବା ଭୁବନେଶ୍ୱରରେ ସୀମିତ ନ ରହି ଯଦି ରାଜ୍ୟର ସବୁ ଜିଲାରେ ଉପଲବ୍ଧ ହୋଇପାରନ୍ତା ତେବେ ସମସ୍ତେ ଏହାର ସୁଫଳ ପାଇପାରନ୍ତେ।

ଡା. ରାଜେନ୍ଦ୍ର ସାହୁ
-ସିନିୟର ପେନ୍‌ ମ୍ୟାନେଜମେଣ୍ଟ ସ୍ପେଶାଲିଷ୍ଟ
କିମ୍‌ସ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ, ଭୁବନେଶ୍ୱର
ମୋ: ୮୫୯୭୩୮୪୨୮୬


Enter your email to get our daily news in your inbox.

All Right Reserved By Dharitri.Com

କାର୍ତ୍ତିକ ପୂର୍ଣ୍ଣିମାରେ ଅଦ୍ଭୁତ ସଂଯୋଗ: ଏସବୁ ରାଶିର ଭାଗ୍ୟ ଖୋଲିବ,ଅଟକି ଥିବା କାମ… 

ହିନ୍ଦୁ ଧର୍ମରେ ଦେବ ଦୀପାବଳିର ବଡ଼ ମହତ୍ୱ ରହିଛି। ଏହାକୁ କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ରାତିରେ ସମସ୍ତ ଦେବୀଦେବତା...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

ସଚେତନତାକୁ ପ୍ରାଥମିକତା ଦିଆଯାଉ

ନିମୋନିଆ ଏଭଳି ଏକ ସ୍ବାସ୍ଥ୍ୟ ସମସ୍ୟା, ଯାହା ଶିଶୁ, ଯୁବପିଢ଼ି, ବୟସ୍କଙ୍କୁ ହୋଇପାରେ। ଏହାର କେତୋଟି ପ୍ରମୁଖ ଲକ୍ଷଣ ରହିଛି। ସେଗୁଡିକ ବିଷୟରେ ଆମେ ଜାଣିବା...

ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁଫୁଲ, ମିଳିବ ଏସବୁ ଫାଇଦା…

ଆପଣଙ୍କର ଦୃଷ୍ଟିଶକ୍ତିଜନିତ ସମସ୍ୟା ରହିଛି କି? ଯଦି ହଁ, ତେବେ ଏଥିରୁ ରକ୍ଷା ପାଇବାର ଏକ ସରଳ ତଥା ସହଜ ଉପାୟ ରହିଛି। ବାସ୍‌, ନିଜର...

ଶ୍ରେଷ୍ଠ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼, ଧନଜୀବନ ପ୍ରତି ମହାବିନାଶକ

ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ କ୍ଷୁଦ୍ର ଲଘୁଚାପ ‘ଦାନା’ ସମୟକ୍ରମେ ଅବପାତ, ଗଭୀର ଅବପାତ, ଘୂର୍ଣ୍ଣିବାତ୍ୟା ଓ ଗଭୀର ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇ ଓଡ଼ିଶା...

ଏମିତି ଜଣାପଡ଼େ କ୍ୟାନ୍‌ସରର ପ୍ରାଥମିକ ଲକ୍ଷଣ, ଅବହେଳା ନ କରି…

ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ, ଆମ ରାଜ୍ୟରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାର କେତେକ କାରଣ ମଧ୍ୟ ରହିଛି। ଅଧିକାଂଶ ବ୍ୟକ୍ତି...

ଶିଡ଼ି ତଳେ ଏସବୁ ରଖୁଛନ୍ତି କି? ମାଡ଼ି ଆସିବ ଦାରିଦ୍ରତା, ଘରେ ବଢ଼ିବ ଅଶାନ୍ତି

ସ୍ଥାନର ଅଭାବ ଯୋଗୁ କିଛି ଲୋକ ଶିଡ଼ି ତଳେ ଥିବା ଖାଲି ସ୍ଥାନକୁ ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି ତ ଆଉ କିଛି ଲୋକ...

କିପରି ହୁଏ କିଡ୍‌ନୀ ଡାୟାଲିସିସ୍‌

ଡାୟାଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇ ପଡ଼ିଲେ ଡାୟାଲିସିସ୍‌ ପଦ୍ଧତି ଅନୁସରଣ କରାଯାଏ। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri