Categories: ବାଣିଜ୍ୟ

ତନିସ୍କରେ ଡାଇମଣ୍ଡ ଫେଷ୍ଟିଭାଲ

ଭୁବନେଶ୍ୱର,୨୬।୭: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ଏକ ଆକର୍ଷଣୀୟ ଡାଇମଣ୍ଡ ଫେଷ୍ଟିଭାଲର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ର ନୂତନ କଲେକ୍ସନ ‘ଦି ଅଟମ୍‌ ଏଡିଟ୍‌’ ଓ ହୀରା ଗହଣାର ବ୍ୟାପକ ସମ୍ଭାରକୁ ଫେଷ୍ଟିଭାଲରେ ପ୍ରଦର୍ଶନୀ କରାଯିବ ବୋଲି ତନିସ୍କ ପକ୍ଷରୁ କୁହାଯାଇଛି। ବିଶେଷକରି ମହିଳାମାନେ ପିନ୍ଧୁଥିବା ବିଭିନ୍ନ ପ୍ରକାର ହୀରାଗହଣା ଯଥା ମୁଦି,କାନଫୁଲ,ପେଣ୍ଡେଣ୍ଟ,ନେକ୍‌ଲେସ୍‌, ବ୍ରେସ୍‌ଲେଟ୍‌, ବ୍ୟାଙ୍ଗେଲ ଭଳି ଅନେକ ପ୍ରକାର ଡିଜାଇନ ଉପଲବ୍ଧ ରହିଛି। ପ୍ରତ୍ୟେକ ଅବସରକୁ ସ୍ବତନ୍ତ୍ର କରିବା ପାଇଁ ‘ଦି ଅଟମ୍‌ ଏଡିଟ୍‌’ରେ ବ୍ୟାପକ ରେଞ୍ଜ୍‌ର ନୂଆ ଏବଂ ସତେଜ ଡିଜାଇନ୍‌ ଉପଲବ୍ଧ କରାଯାଇଛି। ଅପରପକ୍ଷରେ ‘ଦି ଅଟମ୍‌ ଏଡିଟ’ ଜରିଆରେ ତନିସ୍କ ଚଳିତ ଋତୁର ହୀରା ଉତ୍ସବକୁ ପାଳନ କରୁଛି। ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ତନିସ୍କ ହୀରା ଗହଣା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି। ଦେଶରେ ଥିବା ସମସ୍ତ ତନିସ୍କ ଷ୍ଟୋରରେ ଏହି ଅଫର ଉପଲବ୍ଧ। ଖାଲି ସେତିକି ନୁହେଁ, ତନିସ୍କ ମଧ୍ୟ ୨୨କ୍ୟାରେଟ୍‌ରୁ ଊର୍ଦ୍ଧ୍ୱ ପୁରୁଣା ସୁନା ବଦଳ ଉପରେ ଶତପ୍ରତିଶତ ମୂଲ୍ୟ ପ୍ରଦାନ କରୁଛି। ଯେକୌଣସି ଗହଣା ଦୋକାନରୁ କିଣାଯାଇଥିବା ସୁନା ଉପରେ ଏହା ସମ୍ପୂର୍ଣ୍ଣ ଏକ୍ସଚେଞ୍ଜ ମୂଲ୍ୟ ପ୍ରଦାନ କରୁଛି। ଗ୍ରାହକ ନିଜ ପୁରୁଣା ସୁନା ବଦଳାଇ ତନିସ୍କର ନୂଆ ଡିଜାଇନକୁ ଅପ୍‌ଗ୍ରେଡ୍‌ ହୋଇପାରିବେ ବୋଲି ତନିସ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share