Categories: ଫୁରସତ

ଜନ୍ମଦିନରେ ହୀରା ମିଳିଲା

ୱାଶିଂଟନ: ଜନ୍ମଦିନରେ ସମସ୍ତ ଉପହାର ପାଇବାକୁ ଉତ୍ସାହିତ ଥାନ୍ତି। ତେବେ ନିକଟରେ ଏକ ୭ ବର୍ଷୀୟା ଝିଅକୁ ତା’ ଜନ୍ମଦିନରେ ଏକ ଖାସ୍‌ ଉପହାର ମିଳିଛି। ଆମେରିକାର ଅକାନସସ୍‌ସ୍ଥିତ ରାଜ୍ୟ ପାର୍କରୁ ଏକ ୨.୯୫ କ୍ୟାରେଟ୍‌ର ହୀରା ମିଳିଛି। ରିପୋର୍ଟ ମୁତାବକ, ପାରାଗୋଲ୍ଡର ବାସିନ୍ଦା ୭ ବର୍ଷୀୟା ଝିଅ ଆସ୍ପେନ ବ୍ରାଉନ ସେପ୍ଟେମ୍ବର ୧ରେ ତାଙ୍କ ଜନ୍ମଦିନରେ ପରିବାର ସହ ସେହି ପାର୍କକୁ ବୁଲିବାକୁ ଆସିଥିଲେ। ସେଠାରେ ବୁଲିବା ସମୟରେ ତାଙ୍କୁ ଏକ ହୀରା ମିଳିଥିଲା। ଏନେଇ ସେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ତେବେ ଏହା ପୂର୍ବରୁ ସେହି ପାର୍କରୁ ଆଉ ଜଣେ ବ୍ୟକ୍ତିଙ୍କୁ ୩. ୨୯ କ୍ୟାରେଟ୍‌ର ଏକ ହୀରା ମିଳିଥିଲା। ଏହି ହୀରାଟି ବହୁତ ସୁନ୍ଦର ଦେଖାଯାଉଛି। ହେଲେ ଏହାକୁ ଦୂରରୁ ଦେଖିଲେ ଏହା ଏକ ପ୍ଲାଷ୍ଟିକ ପରି ଦୃଶ୍ୟମାନ ହେଉଛି। ପ୍ରକୃତରେ ଏହି ପାର୍କକୁ ଲୋକେ ହୀରା ଖୋଜିବାକୁ ଆସିଥାନ୍ତି। କିନ୍ତୁ କିଛି କମ୍‌ ଜଣଙ୍କୁ ହିଁ ସେହି ହୀରା ମିଳିଥାଏ। କିଛି ଲୋକଙ୍କୁ ପୂର୍ବରୁ ମଧ୍ୟ ଛୋଟ ହୀରା ଖଣ୍ଡ ମିଳିଛି।

Share