ହୀରା ଅଳଙ୍କାର-ଚାଷ ଉପକରଣ-ପୋଷାକ-ଚମଡ଼ା ସାମଗ୍ରୀ ଶସ୍ତା, କ୍ରିପ୍ଟୋକ୍ୟୁରେନ୍ସିରୁ ଆୟ ୩୦ ପ୍ରତିଶତ…

ନୂଆଦିଲ୍ଲୀ, ୧।୨ : ବଜେଟରେ ବିଦେଶରୁ ଆସୁଥିବା ଯନ୍ତ୍ରପାତି ଶସ୍ତା ହେବ ଏବଂ ଚାଷ ଉପକରଣ ମଧ୍ୟ ଶସ୍ତା ହେବ। ପୋଷାକ ଏବଂ ଚମଡ଼ା ସାମଗ୍ରୀ ଶସ୍ତା ହେବ। ହୀରା ଅଳଙ୍କାର ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରାଯାଇଛି ଏବଂ ଛତା ଉପରେ ଆମଦାନୀ ଶୁଳ୍କ ୨୦ ପ୍ରତିଶତ ବୃଦ୍ଧି କରାଯାଇଛି। ଫଳରେ ବିଦେଶୀ ଛତା ପାଇଁ ଏଣିକି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।
ବଜେଟ ଭାଷଣ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଜାନୁଆରୀରେ ଜିଏସ୍‌ଟି ସଂଗ୍ରହ ଏକ ରେକର୍ଡ ସ୍ତରକୁ ଆସିଛି। ମହାମାରୀ ସତ୍ତ୍ୱେ ଜିଏସ୍‌ଟି ସଂଗ୍ରହ ଭଲ ଲମ୍ଫ ପ୍ରଦାନ କରିଛି। ଫଳରେ ଅର୍ଥନୈତିକ କାର୍ଯ୍ୟକଳାପର ଦ୍ରୁତ ଅଭିବୃଦ୍ଧି ସମ୍ଭବ ହୋଇଛି।
ଗତ ୧୨ ମାସ ମଧ୍ୟରେ ଏମ୍‌ଏସଏମଇ କ୍ରେଡିଟ ଦ୍ରୁତ ଗତିରେ ବୃଦ୍ଧିି ପାଇଛି। ଭର୍ଚୁଆଲ ଡିଜିଟାଲ ସମ୍ପତ୍ତିରୁ ଆୟ ୩୦ ପ୍ରତିଶତ ଟ୍ୟାକ୍ସ ହେବ। ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ କ୍ରିପ୍ଟୋକ୍ୟୁରେନ୍ସିଗୁଡିକ ମଧ୍ୟ ଏହାର ଅଧୀନରେ ଆସିବ ଏବଂ କ୍ରିପ୍ଟୋକ୍ୟୁରେନ୍ସିଗୁଡିକରୁ ଆୟ ୩୦ ପ୍ରତିଶତ ଟ୍ୟାକ୍ସ ହେବ ।

Share