Posted inଖେଳ

୨୬ରେ ଡାଇମଣ୍ଡ ଲିଗ୍‌: ଭାଗନେବେ ଅବିନାଶ ସାବ୍‌ଲେ

ନୂଆଦିଲ୍ଲୀ୧୮ା୪: ଜାତୀୟ ରେକର୍ଡଧାରୀ ୩୦୦୦ ମିଟର ଷ୍ଟିପଲଚେଜର ଅବିନାଶ ସାବ୍‌ଲେ ଏପ୍ରିଲ ୨୬ରେ ଚାଇନାର ଜିଆମେନ୍‌ଠାରେ ହେବାକୁଥିବା ସିଜନ ଓପନିଂ ଡାଇମଣ୍ଡ ଲିଗ୍‌ ମିଟିଂରେ ଅଂଶଗ୍ରହଣ କରିବେ। ଏଥିରେ ବିଶ୍ୱର ଆଗଧାଡ଼ି ଆଥ୍‌ଲେଟମାନେ ଭାଗ ନେବେ। ସେମାନଙ୍କ ମଧ୍ୟରେ ଅଲିମ୍ପିକ ଓ ବିଶ୍ୱ ଚାମ୍ପିୟନ ମରକ୍କୋର ସୋଫିଆନେ ଏଲ୍‌ ବାକାଲି ରହିଛନ୍ତି। ପ୍ୟାରିସ ଅଲିମ୍ପିକ୍ସ ଓ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା କେନିଆର ଆବ୍ରାହମ କିବିଓତ୍‌ ମଧ୍ୟ ଏଥିରେ ଭାଗନେବେ। ଏହି ଷ୍ଟିପଲଚେଜର ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାବ୍‌ଲେଙ୍କୁ ହରାଇ ସ୍ବର୍ଣ୍ଣ ଜିତିଥିଲେ।

ଗତବର୍ଷ ସେପ୍ଟେମ୍ବରରେ ଡାଇମଣ୍ଡ ଲିଗ୍‌ ଫାଇନାଲ ପରେ ସାବ୍‌ଲେ ପ୍ରଥମ ଥର ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଗତଥର ସେ ୮ ମିନିଟ ଓ ୧୭.୦୯ ସେକେଣ୍ଡ ଟାଇମିଂରେ ୯ମ ସ୍ଥାନରେ ରହିଥିଲେ। ୮:୦୯.୯୧ ଟାଇମିଂ ସହ ଜାତୀୟ ରେକର୍ଡ କରିଥିବା ୩୦ ବର୍ଷୀୟ ସାବ୍‌ଲେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ୮:୧୪.୧୮ ଟାଇମିଂ ସହ ୧୧ଶ ସ୍ଥାନରେ ରହିଥିଲେ। ପ୍ୟାରିସ୍‌ ଅଲିମ୍ପିକ୍ସ ଟାଇମିଂକୁ ଭିତ୍ତିକରି ସାବ୍‌ଲେ ସେପ୍ଟେମ୍ବରରେ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି।

ସେ ଏପ୍ରିଲ ୨୧ରୁ ୨୪ ପର୍ଯ୍ୟନ୍ତ କୋଚିରେ ହେବାକୁଥିବା ଫେଡେରେଶନ କପ୍‌ ନ୍ୟାଶନାଲ ଚାମ୍ପିୟନଶିପ୍‌ରେ ଭାଗ ନେଇପାରିବେ ନାହିଁ, ଯାହାକି ଆସନ୍ତା ମାସରେ କୋରିଆରେ ହେବାକୁଥିବା ଏସିଆନ ଚାମ୍ପିୟନଶିପ୍‌ ପାଇଁ ଫାଇନାଲ ସିଲେକ୍ସନ ଇଭେଣ୍ଟ। ସୂଚନାଯୋଗ୍ୟ, ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଏସିଆନ ଚାମ୍ପିୟନଶିପ୍‌ରେ ଭାଗ ନେବାଲାଗି ମନୋନୀତ ହେବାକୁ ଚାହୁଁଥିବା ଆଥ୍‌ଲେଟମାନଙ୍କ ଲାଗି ଫେଡେରେଶନ କପ୍‌ରେ ଅଂଶଗ୍ରହଣ ବାଧ୍ୟତାମୂଳକ କରିଛି। ତେବେ ଯେଉଁମାନେ ଅନୁମତି ନେଇ ବିଦେଶରେ ଟ୍ରେନିଂ ନେଉଥିବେ କିମ୍ବା କୌଣସି ପ୍ରତିଯୋଗିତାରେ ଭାଗ ନେଉଥିବେ ସେମାନଙ୍କ ଲାଗି ଏହି ନିୟମ କୋହଳ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri