Categories: ବାଣିଜ୍ୟ

ଶହୀଦନଗର ମାଲାବାରରେ ‘ଡାଇମଣ୍ଡ ଶୋ’

ଭୁବନେଶ୍ୱର,୧୨।୭: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଭୁବନେଶ୍ୱର ଶହୀଦନଗରଠାରେ ଏକ ୬ ଦିନିଆ ସ୍ବତନ୍ତ୍ର ‘ଡାଇମଣ୍ଡ ଶୋ’ ପ୍ରଦର୍ଶିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଲିଉଡ୍‌ କଣ୍ଠଶିଳ୍ପୀ ଜାଗୃତି ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶୋ’ର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାଲାବାରର ବରିଷ୍ଠ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଶୋ ଜୁଲାଇ ୧୬ ପର୍ଯ୍ୟନ୍ତ ମାଲାବାର ଶହୀଦନଗର ଷ୍ଟୋରରେ ଆୟୋଜିତ ହୋଇଛି। ବିଶେଷକରି ଉକ୍ତ ଶୋ’ରେ ବ୍ରାଣ୍ଡର ମାଇନ ଡାଇମଣ୍ଡ ଜୁଏଲେରିର ବ୍ୟାପକ ବର୍ଗର ସମ୍ଭାର ପ୍ରଦର୍ଶିତ ହେଉଛି। ଏପରିକି ବ୍ରାଣ୍ଡ୍‌ର ଅଭିଜ୍ଞ କାରିଗରଙ୍କ ଦ୍ୱାରା ନିର୍ମିତ ବିଭିନ୍ନ କଳାକୃତି ଓ ଗ୍ରାହକଙ୍କ ଚାହିଦା ମୁତାବକ ଅଳଙ୍କାରର ଆକର୍ଷଣୀୟ ଡିଜାଇନ ମଧ୍ୟ ଶୋ’ରେ ସାମିଲ ହୋଇଛି। ଏ ସମ୍ପର୍କରେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡର ଚେୟାରମ୍ୟାନ ଏମ୍‌ପି ଅହମ୍ମଦ କହିଛନ୍ତି, ବ୍ରାଣ୍ଡ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ପରିସରରେ ଡାଇମଣ୍ଡ ଶୋ’ର ଆୟୋଜନକରି ବେଶ୍‌ ଉତ୍ସାହୀ ଅଛୁ। କାରଣ ଉକ୍ତ ଶୋ ଜରିଆରେ ଆମେ ଆମ ବ୍ରାଣ୍ଡ୍‌ର ଆକର୍ଷଣୀୟ ଡିଜାଇନ ଓ କଳାକୃତିର ଗହଣା ସମ୍ଭାରକୁ ପ୍ରଦର୍ଶିତ କରିବା ସହ ଗ୍ରାହକଙ୍କ ଚାହିଦା ପୂରଣ ପାଇଁ ମଧ୍ୟ ଉଭୟ ବିକ୍ରି ଓ ପ୍ରଦର୍ଶନୀର ବ୍ୟବସ୍ଥା କରାଯାଇଛି।

Share