Categories: ବାଣିଜ୍ୟ

ମାଲାବାରରେ ‘ଡାଇମଣ୍ଡ ଶୋ’

ଭୁବନେଶ୍ୱର, ୩୧।୧୨ (ଅଭୟ ଦାଶ): ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସର୍ବଭାରତୀୟ ସ୍ତରରେ ଏକ ସ୍ବତନ୍ତ୍ର ‘ଡାଇମଣ୍ଡ ଶୋ’ ନିକଟରେ ଆୟୋଜିତ ହୋଇଯାଇଛି। ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସର ଶହୀଦଗନର ଶୋ’ରୁମ୍‌ରେ ହୀରା ଅଳଙ୍କାର ପ୍ରଦର୍ଶନୀ ଆୟୋଜିତ ହୋଇଛି। ଏହି ପ୍ରଦର୍ଶନୀ ୨୦୨୪ ଜାନୁୟାରୀ ୭ ପର୍ଯ୍ୟନ୍ତ ଉକ୍ତ ଶୋ’ରୁମ୍‌ରେ ପ୍ରଦର୍ଶନ ହେବ। ଅପରପକ୍ଷରେ ଉକ୍ତ ପ୍ରଦର୍ଶନୀରେ କେବଳ ବ୍ରାଣ୍ଡ୍‌ର ଏକ୍ସକ୍ଲୁସିଭ ଡାଇମଣ୍ଡ କ୍ରାଫ୍ଟସଗୁଡିକ ସହ ଭିନ୍ନ ଭିନ୍ନ ହୀରା ଅଳଙ୍କାରର ବ୍ୟାପକ ଡିଜାଇନ ପ୍ରଦର୍ଶନୀ ହେଉଛି। ସେହିଭଳି ଉକ୍ତ ପ୍ରଦର୍ଶନୀ ସମୟରେ ପ୍ରତି କାରବାରରରେ ହୀରା ମୂଲ୍ୟର ୨୫% ପର୍ଯ୍ୟନ୍ତ ରିହାତି ସୁବିଧା ମଧ୍ୟ ପାଇପାରିବେ। ବିଶେଷକରି ପୁରୁଣା ମାଇନ ଡାଇମଣ୍ଡ ଜୁଏଲେରିର ୧୦୦% ବଦଳ ମୂଲ୍ୟ ପ୍ରଦାନ କରାଯାଉଛି। ଏ ସମ୍ପର୍କରେ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସର ଅଧ୍ୟକ୍ଷ ଏମ୍‌.ପି. ଅହମ୍ମଦ କହିଛନ୍ତି, ଆମେ ଏହି ପ୍ରଦର୍ଶନୀ ଜରିଆରେ ଗ୍ରାହକଙ୍କୁ ବ୍ରାଣ୍ଡ୍‌ର ବ୍ୟାପକ ହୀରା ଅଳଙ୍କାରର କାରବାର ସହ ପ୍ରଦର୍ଶନ ଆଦିରେ ସୁବିଧା ଯୋଗାଇଦେଇଛୁ।

Share