Categories: ଫୁରସତ

୪.୯ କୋଟିରେ ନିଲାମ ହେଲା ଡାଏନାଙ୍କ ଗାଉନ୍‌

ବ୍ରିଟେନ୍‌ ଓ୍ବେଲ୍ସର ପ୍ରିନ୍ସେସ୍‌ ଡାଏନାଙ୍କ ଗାଉନ୍‌ (୬ ଲକ୍ଷ ଡଲାର) ୪.୯ କୋଟି ଟଙ୍କାରେ ନିଲାମ ହୋଇଛି। ସୋଥେବିଜ୍‌ ପକ୍ଷରୁ ନ୍ୟୁୟର୍କରେ ଏହାର ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଇଗଣୀ ରଙ୍ଗର ଭେଲ୍‌ଭେଟ୍‌ କପଡ଼ାରେ ଏହି ଗାଉନ୍‌ ତିଆରି କରାଯାଇଥିଲା। ଏହି ଗାଉନ୍‌ଟି ଅଦ୍ୟାବଧି ୫ରୁ ଊର୍ଦ୍ଧ୍ୱ ଥର ନିଲାମ ହୋଇସାରିଛି। ଡାଏନା ଏହି ଗାଉନ୍‌କୁ ୧୯୯୧ରେ ରୟାଲ ପୋଟ୍ରେଟ୍‌ ଏବଂ ଭାନିଟି ଫେୟାର ଫଟୋଶୁଟ୍‌ ବେଳେ ପିନ୍ଧିଥିଲେ। ସୂଚନା ମୁତାବକ ବ୍ରିଟିଶ୍‌ ଫ୍ୟାଶନ ଡିଜାଇନର ଭିକ୍ଟର ଇଡେଲଷ୍ଟନ୍‌ ଏହି ଗାଉନ୍‌କୁ ତିଆରି କରିଥିଲେ। ପ୍ରଥମଥର ପାଇଁ ଏହି ଗାଉନ୍‌ ୧୯୯୭ରେ ୨୪.୧୫୦ ଡଲାରରେ ନିଲାମ ହୋଇଥିଲା।

Share