ନନ୍ଦାହାଣ୍ଡି,୮।୧୦,(ଡି.ଏନ.ଏ.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକକୁ ପୁଣି ଫେରିଲା ଝାଡ଼ାବାନ୍ତି। ବି.ମାଳିଗୁଡ଼ା ଗ୍ରାମର ୮ଜଣ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ଗାଁର ୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାପନ ଆଉ ୨ ଜଣ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡିଛି।
ଗାଁରେ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୨ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। କେହି ଆକ୍ରାନ୍ତ ନଜରକୁ ଆସିଲେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ବୋଲି ଡାକ୍ତର ବିକାଶ ବାରିକ କହିଛନ୍ତି। ସମସ୍ତଙ୍କ ରେକ୍ଟଲ ସ୍ବାବ୍ ସଂଗ୍ରହ କରାଯାଇଛି। ତାହାର ରିର୍ପୋଟ ଆସିବା ପରେ ଏହା ହଇଜା ନା ଫୁଡ୍ ପଏଜନିଂ ତାହା ଜଣା ପଡ଼ିବ ବୋଲି ସିଡିଏମ୍ଓ କାଳୀପ୍ରସାଦ ବେହେରା ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଗତ ଜୁଲାଇରେ ନନ୍ଦାହାଣ୍ଡି ବ୍ଲକର ଖଡ଼ିଆଗୁଡା ଏବଂ ପିତାକୁମୁଲି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଥିଲା। ଡାକ୍ତରୀ ଦଳର ତତ୍ପରତା ଏବଂ ଉତ୍ତମ ଚିକିତ୍ସା ଯୋଗୁ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା।