ତାପମାତ୍ରା ବୃଦ୍ଧି ହେଲେ ପିଲାଙ୍କ ଠାରେ ଦେଖାଯାଏ ଅଧିକ ଡାଇରିଆ ମାମଲା: ଆଇସିଏମଆର ରିପୋର୍ଟ

ନୂଆଦିଲ୍ଲୀ,୧୨।୮: ତାପମାତ୍ରା ୩୩ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ହେଲେ ପିଲାଙ୍କ ଠାରେ ଡାଇରିଆ ମାମଲା ୪୩ ଶତକଡା ବୃଦ୍ଧି ପାଉଛି। ଡାଇରିଆ ସଂକ୍ରମିତ ଶିଗେଲା ଜୀବାଣୁ ବିଷୟରେ ନୂଆ ତଥ୍ୟ ପ୍ରକାଶ କରିଛି ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)। ଅଧ୍ୟୟନରୁ ଜଣାପଡିଛି କି, ତାପମାତ୍ରା ୩୩ ଡିଗ୍ରୀ ସେଲସିୟସରୁ ଖସିଗଲେ ସଂକ୍ରମଣର ଆଶଙ୍କା କମିଯାଇଥାଏ।

ଡାଇରିଆ ଜୀବାଣୁ ଶିଗେଲା ସଂକ୍ରମଣକୁ ଶିଗେଲୋସିସ ମଧ୍ୟ କୁହାଯାଏ। ଏହା ଶିଗେଲା ନାମକ ଏକ ଜୀବାଣୁ ଦ୍ୱାରା ସୃଷ୍ଟି ହୋଇଥିବା ରୋଗ ଆମ ଅନ୍ତନଳୀକୁ ସଂକ୍ରମଣ କରିଥାଏ।

ମେଡିକାଲ ଜର୍ଣ୍ଣାଲ ଦ ଲାନସେଟରେ ପ୍ରକାଶିତ ଏକ ଅଧ୍ୟୟନରେ ଆଇସିଏମଆର ଦାବି କରିଛି ଯେ, ଯେତେବେଳେ ବର୍ଷା ଏବଂ ମୃତ୍ତିକାର ଆର୍ଦ୍ରତା ସ୍ତର ସ୍ବାଭାବିକଠାରୁ ଅଧିକ ଥାଏ, ସେତେବେଳେ ଶିଗେଲା ସଂକ୍ରମଣ ହେବାର ଆଶଙ୍କା ୨୦ ଶତକଡାରୁ ରୁ ଅଧିକ ବଢିଥାଏ। ଯଦି ସଂକ୍ରମଣ ସାମାନ୍ୟ ହୁଏ, ସ୍ବଚ୍ଛତା ଉପରେ ଧ୍ୟାନ ଦେଲେ ରୋଗୀ ଏକ ସପ୍ତାହ ମଧ୍ୟରେ ଭଲ ହୋଇଯାଏ। କିନ୍ତୁ ଯଦି ସଂକ୍ରମଣ ଅଧିକ ଗୁରୁତର ହୁଏ, ତେବେ ଚିକିତ୍ସା ଆବଶ୍ୟକ ହୁଏ ଏବଂ ଡାକ୍ତରମାନେ ଏଥିପାଇଁ ସାଧାରଣତଃ ଆଣ୍ଟିବାୟୋଟିକ ପ୍ରେସକାଇବ କରଥାନ୍ତି।

Share