ପ୍ରଶାସନର ପଦକ୍ଷେପ ସତ୍ତ୍ୱେ ଥମୁନି ଝାଡ଼ାବାନ୍ତି

ପୁରୀ,୪ା୨(ଅଜିତ୍‌ କୁମାର ମହାନ୍ତି): ପୂରୀ ଜିଲା କଣାସ ବ୍ଲକରେ ଥମୁନି ଝାଡ଼ାବାନ୍ତି ପ୍ରଶାସନର ବିଭିନ୍ନ ପଦକ୍ଷେପ ସତ୍ତ୍ୱେ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜାଗୁଳେଇପଦରରୁ ୩ଜଣ ଝାଡ଼ାବାନ୍ତି ରୋଗୀ ଭର୍ତ୍ତି ହୋଇଛନ୍ତି।

ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତମାନଙ୍କ ମ୍ୟାପିଂ କରାଯାଇ ଟେଲିଫୋନ ମାଧ୍ୟମରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବୁଝାଯାଇଥିଲା। ମଙ୍ଗଳବାରଠାରୁ ଜାଗଳେଇପଦରରେ ସ୍ବାସ୍ଥ୍ୟଶିବିରରେ ଜଣେ ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ୨୪ ଘଣ୍ଟିଆ ଅବସ୍ଥାପିତ କରିବା ପାଇଁ ସିଡିଏମ୍‌ଓ ଡା. ରୂପଭାନୁ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି।

Share