ବୈପାରିଗୁଡା,୧୧ା୧୨ (ଡି.ଏନ୍.ଏ.): କୋରାପୁଟ ଜିଲା ବୈପାରିଗୁଡା ବ୍ଲକ ଦଶମନ୍ତପୁର ପଞ୍ଚାୟତ ପଟ୍ରଗୁଡ଼ା ଗ୍ରାମରେ ଝାଡାବାନ୍ତି ଦେଖାଦେଇଛି। ଏଥିରେ ଗୋଟିଏ ପରିବାରର ୮ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରନ୍ତଙ୍କୁ ଚିକିତ୍ସା ପାଇଁ ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ଶିଶୁ ରହିଛନ୍ତି। ଅନ୍ୟମାନେ ହେଲେ ବିଶ୍ୱନାଥ ମାଳୀ, ତାଙ୍କ ସ୍ତ୍ରୀ ପାର୍ବତୀ ମାଳୀ (୩୦), ଝିଅ ଜୟନ୍ତୀ ମାଳୀ (୧୪), କଣ୍ଟେଶ୍ୱରୀ ମାଳୀ (୮), ଭିଣୋଇ ତୁଳାରାମ ମାଳୀ (୩୮), ଭଉଣୀ ଭଗବତୀ ମାଳୀ (୩୦), ଜେମା ମାଳୀ (୫) ଓ ଗୋପୀ ମାଳି (୬୦) ା ତେବେ ଝାଡ଼ାବାନ୍ତିର କାରଣ ଜଣାପଡିନାହିଁ। ଚିକିତ୍ସାପରେ ଅବସ୍ଥା ସୁଧୁରୁଥିବା ଡାକ୍ତର କହିଛନ୍ତି।