ଦେଦର୍ହା ଗାଁରେ ବ୍ୟାପୁଛି ଝାଡାବାନ୍ତି: ଗୋଟିଏ ପରିବାରର ଚାଲିଗଲା ୨ ଜୀବନ

ଖପ୍ରାଖୋଲ,୫।୯(ଡି.ଏନ.ଏ.): ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ପଡ଼ିଆବହାଲ ପଞ୍ଚାୟତ ଦେଦର୍ହା ଗାଁ ବ୍ୟାପୁଛି ଝାଡାବାନ୍ତି। ଝାଡାବାନ୍ତିରେ ଗାଁର ଗୋଟିଏ ପରିବାରର ଦୁଇ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାସହ ୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ମୃତକମାନେ ହେଲେ କୁମାରୀ ମେହେର (୪୮) ଓ ତାଙ୍କର ନାତି ବବୁଲ ମେହେର(୧୦)।
ସୂଚନା ଅନୁସାରେ, ଗାଁରେ ନବାନ୍ନ ପରେ କିଛି ପରିବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ରବିବାର ରାତିରେ ପାଟଣାଗଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ କୁମାରୀ ମେହେରଙ୍କ ମୃତ୍ୟୁ ହୋଇଥିଲା। ସୋମବାର ସକାଳେ ନାତି ବବୁଲୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ଖପ୍ରାଖୋଲ ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ଡ଼ା. ସୁରଜ ଦୀପଙ୍କୁ ପଚାରିବାରୁ ଗାଁରେ ମେଡିକାଲ ଟିମ ପହଁଞ୍ଚିଥିବା କହିଛନ୍ତି। ତୁରନ୍ତ ରୋଗ ରୋକିବା ସହ ଅନ୍ୟ ଗାଁକୁ କିଭଳି ନ ବ୍ୟାପିବା ସେଥିପାଇଁ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Share