କଣାସରେ ବ୍ୟାପୁଛି ଝାଡ଼ାବାନ୍ତି: ଗଲାଣି ୪ ଜୀବନ

କଣାସ ,୨୧।୧: ପୁରୀ ଜିଲା କଣାସ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଏଯାବତ ଝାଡ଼ାବାନ୍ତିରେ ୪ ଜଣଙ୍କର ଜୀବନ ଯାଇଥିବା ଜଣାପଡିଛି। ଦୂଷିତ ପାନୀୟ ଜଳ ଯୋଗୁ ଝାଡାବାନ୍ତି ବ୍ୟାପୁଥିବା ଅଭିଯୋଗ ହେଉଛି। ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଆଗକୁ ବ୍ୟାପକ ଜନ ଆନ୍ଦୋଳନ ହେବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ।

ଅନ୍ୟପକ୍ଷେ ଦୟା ନଦୀ ପାଣି ଜହର ପାଲଟିଥିବା ବେଳେ ଦୂଷିତ ପାନୀୟ ଜଳ ଯୋଗୁ ପୁରୀ ଜିଲା କଣାସ ବ୍ଳକ ଗଡ଼ିଶାଗୋଦା ପଂଚାୟତର ଜାଗୁଳାଇ ପଦର ଗାଁରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଲୋକେ ଅଭିଯୋଗ କରିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Share