ଜିମ୍ବାଓ୍ବେରେ ବ୍ୟାପୁଛି ଝାଡ଼ାବାନ୍ତି, ୧୦୦ ଲୋକଙ୍କର ଗଲାଣି ଜୀବନ

ହରାରେ,୫ା୧୦: ଜିମ୍ବାଓ୍ବେରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଏଥିରେ ପ୍ରାୟ ୧୦୦ ଲୋକଙ୍କର ପ୍ରାଣହାନି ଘଟିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ୨୦୧୮ଠାରୁ ଏବେ ସବୁଠୁ ଭୟଙ୍କର ପରିସ୍ଥିତି ବୋଲି ସରକାର କହିଛନ୍ତି।

ଏଠାରେ ମୋଟ୍‌ ୪୦୬୯ଟି ସନ୍ଦିଗ୍ଧ ମାମଲା ରେକର୍ଡ କରାଯାଇଛି। ଏଥିରୁ ୯୩୫ଜଣ ଝାଡ଼ାବାନ୍ତି ଚିହ୍ନଟ ହୋଇଛନ୍ତି। ଜୁନ୍‌ରେ, ପଡ଼ୋଶୀ ଦକ୍ଷିଣ ଆଫ୍ରିକା ୧୫ ବର୍ଷରେ ଡାଇରିଆ ରୋଗର ଅଧିକ ରୋଗୀ ଆକ୍ରାନ୍ତ ହୋଇଥିଲେ। ବର୍ଷକ ପୂର୍ବରୁ ମାଲ୍ୟାରେ ମଧ୍ୟ ଏପରି ପରିସ୍ଥିତି ଦେଖିବାକୁ ମିଳିଥିଲା। ୨୦୦୮ ଏବଂ ୨୦୦୯ରେ ଜିମ୍ବାଓ୍ବେରେ ୪୦୦୦ରୁ ଅଧିକ ଲୋକ ଝାଡ଼ାବାନ୍ତି ରୋଗରେ ପ୍ରାଣ ହରାଇଥିଲେ।

Share