Advertisement

ବ୍ୟାପୁଛି ଝାଡାବାନ୍ତି, ଦମ୍ପତି ମୃତ: ପ୍ରଭାବିତ ଗ୍ରାମ ପରିଦର୍ଶନ କଲେ ବିଧାୟକ

ବରଗଡ଼, ୧୫।୮( ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ଅମଲିପାଲି ଗ୍ରାମରେ ଝାଡାବାନ୍ତି ବ୍ୟାପୁଛି। ଏଥିରେ ଏକ ପରିବାରର ଦମ୍ପତିଙ୍କ ମୃତ୍ୟୁ ହୋଇଛି। ଗତ ଶନିବାର ଗ୍ରାମର ଜଗନ୍ନାଥ ଦେହେରୀ(୭୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ସକାଳୁ ତାଙ୍କ ସ୍ତ୍ରୀ କଳାବତୀ(୬୦)ଙ୍କ ମୃତ୍ୟୁ ଘଟିଛି।

ଗ୍ରାମର ଅନେକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସେହିପରି ଡାକ୍ତରୀ ଟିମ଼ ଗ୍ରାମକୁ ପହଞ୍ଚି ଥିଲେ। ଗ୍ରାମରେ ରହିଥିବା ନଳକୂପ ତଥା ଜଳଉତ୍ସ ଗୁଡିକରୁ ପରୀକ୍ଷା ପାଇଁ ପାଣି ନମୁନା ସଂଗ୍ରହ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share