ବାଲିଗୁଡ଼ା,୨୪।୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଧୀନ ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ପ୍ରାୟ ସପ୍ତାହ ହେଲା ଝାଡାବାନ୍ତି ଲାଗି ରହିଛି। ବର୍ତ୍ତମାନ ଏହା ବ୍ୟାପକ ରୂପ ନେଇ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। । ବର୍ତ୍ତମାନ ୩ ଦିନ ମଧ୍ୟରେ ବରଗାଁର ୪ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷେ ବରଗାଁ, ନାଲକୁଟି, ପୁଡେଣି ଗାଁ, କୁନାବାଡାରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ହେଲେ ଗାଁରେ ଡାକ୍ତର ଟିମ୍ ପହଞ୍ଚି ନ ଥିବା ଜଣାପଡିଛି । ଏହି ସଂକ୍ରାନ୍ତରେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଜିଲା ଚିକିତ୍ସା ଅଧିକାରୀଙ୍କୁ ଜଣାଇବା ପରେ ଖୁବ ଶିଘ୍ର ଆକ୍ରାନ୍ତ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚିବ ବୋଲି ଚିକିତ୍ସା ଅଧିକାରୀ ଜଣକ କହିଥିବା ପୂର୍ବତନ ବିଧାୟକ ମାଝୀ ପ୍ରକାଶ କରିଛନ୍ତି ।
ଆକ୍ରାନ୍ତ ହୋଇଥିବା ଗଁଗୁଡିକରେ ଆଦିମ ଜନଜାତି କୁଟିଆ କନ୍ଧ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି। ଝାଡ଼ାବାନ୍ତି ସପ୍ତାହ ହେବ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଘରକୁ ଘର ଗାଁକୁ ଗାଁ ବ୍ୟାପିବାରେ ଲାଗିଛି। ଆକ୍ରାନ୍ତଙ୍କ ମଧ୍ୟରୁ କିଛି ତୁମୁଡ଼ିବନ୍ଧ ମେଡ଼ିକାଲ ଓ ଆଉ କେତେ କଳାହାଣ୍ଡି ଜିଲାକୁ ଚିକିତ୍ସା ପାଇଁ ଯାଇଥିବା ଜଣାପଡିଛି।