ଜଣେ ଯୁବକ ତାଙ୍କ ମା’ଙ୍କ ସହିତ ଘର ସଫା କରୁଥିବା ସମୟରେ ଏକ ଡାଏରୀ ପାଇଥିଲେ। ଏଥିରୁ ଯାହା ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଏହି ଡାଏରୀରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ବି.ଆର୍ ଆମ୍ବେଦକର ଏବଂ ସିଭି ରମଣଙ୍କ ପରି ମହାନ ବ୍ୟକ୍ତିଙ୍କ ପ୍ରକୃତ ଦସ୍ତଖତ ରହିଥିଲା।
ବିଜୟ ବସରୁର ନାମକ ଜଣେ ଯୁବକ ଏହି ଦସ୍ତଖତର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ଗତ କିଛି ଦିନ ତଳେ ମୁଁ ଘର ସଫା କରୁଥିଲି। ଏହି ସମୟରେ ଜେଜେ ବାପାଙ୍କ ଡାଏରୀ ପାଇଲି। ଏଥିରେ ନେହରୁ, ଆମ୍ବେଦକର ଏବଂ ସିଭି ରମଣଙ୍କ ଦସ୍ତଖତ ପାଇଛି।
ଏହା ବ୍ୟତୀତ ବିଜୟ ସେହି ସମସ୍ତ ଦସ୍ତଖତର ଫଟୋ ପୋଷ୍ଟ କରିଥିଲେ। ଦସ୍ତଖତ ବ୍ୟତୀତ ଦସ୍ତଖତର ତାରିଖ ମଧ୍ୟ ଲେଖାଯାଇଛି। ପୃଷ୍ଠାଗୁଡ଼ିକୁ ଦେଖିଲେ ଏଗୁଡ଼ିକ ବହୁତ ପୁରୁଣା ବୋଲି ବୁଝାପଡ଼େ।
ପୋଷ୍ଟ କରାଯାଇଥିବା ଫଟୋଗୁଡ଼ିକ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ନେହେରୁଙ୍କ ଦସ୍ତଖତ ୧୯୩୭ରେ ହୋଇଥିବା ବେଳେ ମହାତ୍ମା ଗାନ୍ଧୀଙ୍କ ଦସ୍ତଖତ ୧୯୩୮ରେ ଏବଂ ଆମ୍ବେଦକରଙ୍କ ଦସ୍ତଖତ ୧୯୪୮ରେ ହୋଇଛି। ସିଭି ରମଣଙ୍କ ଦସ୍ତଖତରେ ତାରିଖ ଲେଖା ନାହିଁ।
ଟୁଇଟର ବ୍ୟବହାରକାରୀମାନେ ଏହି ଫଟୋ ଦେଖି ବହୁତ ଖୁସି ବ୍ୟକ୍ତ କରିଛନ୍ତି। କିଛି ଲୋକ ବିଜୟଙ୍କୁ ପରାମର୍ଶ ଦେଉଥିବାର ଦେଖାଯାଇଛି। ଏହି ଡାଏରୀକୁ ସବୁଦିନ ସାଇତି ରଖିବା ପାଇଁ ୟୁଜରମାନେ ବିଜୟଙ୍କୁ ପରାମର୍ଶ ଦେଇଛନ୍ତି।