ଆବାସ ପାଇଁ ୩୦ ବର୍ଷ ହେଲା ଆବେଦନ କରୁଛନ୍ତି ଦିବ୍ୟାଙ୍ଗ

ଫୁଲବାଣୀ ଅଫିସ/ଟିକାବାଲି, ୧୨।୨: ସରକାର ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା କରିଛନ୍ତି। ସେମାନଙ୍କୁ ଚାଉଳ, ଭତ୍ତା ସହ ଆବାସ ଗୃହ ଯୋଗାଇ ଦେଉଛନ୍ତି। ହେଲେ ପ୍ରଶାସନିକ ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ବେପରୁଆ ମନୋଭାବ ଯୋଗୁ ହିତାଧିକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। କନ୍ଧମାଳ ଜିଲା ଟିକାବାଲି ବ୍ଲକ କଇଁଝର ପଞ୍ଚାୟତ ଡଗପଦର ଗ୍ରାମର ଜଣେ ବିଦ୍ୟାଙ୍ଗ ଦୀର୍ଘ ୩୦ ବର୍ଷ ହେଲା ଆବାସ ଗୃହଟିଏ ପାଇଁ ବାରମ୍ବାର ଆବେଦନ କରି ଆସୁଥିଲେ ହେଁ ତାଙ୍କ କଥାକୁ କେହି ଶୁଣୁ ନାହାନ୍ତି।
ଡଗପଦର ଗ୍ରାମର ସଦାନନ୍ଦ ମଲ୍ଲିକଙ୍କୁ ଏବେ ୫୫ ବର୍ଷ ା ପିଲା ବେଳେ ସେ ଠିକ୍‌ ଥିଲେ। ୨୫ ବର୍ଷ ବୟସରେ ତାଙ୍କ ବାମ ଗୋଡରେ ଯନ୍ତ୍ରଣା ହେଲା ା ଗୋଡ଼ ଭଲ କରିବା ପାଇଁ ମେଡିକାଲ ଯାଇ ଖର୍ଚ୍ଚାନ୍ତ ହେଲେ ା ମାତ୍ର କିଛି ସୁଫଳ ମିଳିଲାନି। ଧିରେ ଧିରେ ଗୋଡ ସରୁ ହୋଇଗଲା ା ଚାଲିବାରେ କଷ୍ଟ ହେଲା। ବାଡି ସାହାରା ବିନା ଠିଆ ହୋଇ ପାରିଲେନି। ପରେ ସରକାରଙ୍କ ପକ୍ଷରୁ ତାଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳିଛି ା ତେବେ ତାଙ୍କୁ କେବଳ ଚାଉଳ ଏବଂ ଭତ୍ତା ମିଳୁଥିବା ବେଳେ ଆବାସ ଗୃହ ଯୋଗାଇ ଦିଆଯାଉନାହିଁ ା ୩୦ ବର୍ଷ ହେବ ସେ ଘର ଖଣ୍ଡିଏ ଚାହିଁ ବସିଥିଲେ ବି ମିଳୁନି। ମାଟି ଘରେ ରହି ବହୁ ଅସୁବିଧା ଭୋଗୁଛନ୍ତି। ସଦାନନ୍ଦ କହିଛନ୍ତି, ସ୍ତ୍ରୀ ଏବଂ ଗୋଟିଏ ପୁଅକୁ ନେଇ ମୋର ସଂସାର ା ମୁଁ କାମ କରିପାରୁନାହିଁ ା ପୁଅ ଛୋଟ ା କିଛି ବର୍ଷ ହେବ ମୋର ଘର ଖଣ୍ଡେ ଆସିଥିଲାା ହେଲେ ସେମାନେ ମୋତେ ଦେଲେ ନାହିଁ ା ଭାଇମାନଙ୍କୁ ନିର୍ଭର କରି ଚଳୁଛି ା ଘର ଖଣ୍ଡେ ଯୋଗାଇ ଦେଲେ ଉପକୃତ ହୁଅନ୍ତି ବୋଲି ସଦାନନ୍ଦ କହିଛନ୍ତି। ଏ
ସମ୍ପର୍କରେ ସରପଞ୍ଚ ରୁନିତା କହଁରଙ୍କୁ ପଚାରିବାରେ ସଦାନନ୍ଦଙ୍କ ନାଁ ଲିଷ୍ଟରେ ଅଛି କି ନାହିଁ ଦେଖିଲା ପରେ କହିବି ା ତାଙ୍କୁ କିପରି ଘର ମିଳିବ ସେଥିପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ମଣ୍ଡିକୁ ନେଇ ବିବାଦ: ଧାରଣା ଦେଲେ ଖେଳାଳି

ହିଞ୍ଜିଳିକାଟୁ,୨୩।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗାଁରେ ଆରଏମସି ମାକେର୍ଟ ୟାର୍ଡ ମଧ୍ୟରେ ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ଧାନ ମଣ୍ଡି...

ରାଜ୍ୟରେ ୪୦୦୦ ଖାଲି କନିଷ୍ଠ ଶିକ୍ଷକ ପଦବୀ ପୂରଣ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୨୩ା୧୨: ରାଜ୍ୟରେ କନିଷ୍ଠ ଶିକ୍ଷକ ପଦବୀ ନିଯୁକ୍ତିକୁ ନେଇ ଚାଲିଥିବା ବିବାଦରେ ପୁଣିଥରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଛି। ସଦ୍ୟତମ ବିକାଶରେ ହାଇକୋର୍ଟ ନୂତନ କଟ୍ ମାର୍କ...

ଲାଞ୍ଚ ନେବାବେଳେ ବ୍ଲକ ଯୋଗାଣ ସାହାୟିକାଙ୍କ ଉପରେ ମାଡିବସିଲା ଭିଜିଲାନ୍ସ, ୪ ସ୍ଥାନରେ ଚାଲିଛି ଚଢାଉ

କୋରାପୁଟ,୨୩।୧୨ ( ଅମିତାଭ ବେହେରା ): ଭିଜିଲାନ୍ସ ଜାଲରେ ପଡିଲେ ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା ( ଏମଆଇ )ମମତା ବେହେରା। କୋରାପୁଟ ଜିଲାର ଦଶମନ୍ତପୁର...

ସ୍ଥାୟୀ ବିଇଓ ନିଯୁକ୍ତି ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି

ଦାରିଙ୍ଗବାଡି,୨୩।୧୨( ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ଶିକ୍ଷା ଅଧିକାରୀ (ବିଇଓ )ସ୍ଥାୟୀ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଛି। ଉକ୍ତ ବ୍ଲକର...

ମନ୍ତ୍ରୀ କଲେ ବଡ଼ ଖୁଲାସା: ”ରାଜ୍ୟରେ ଏବେ ବି ରହିଛି ବିଜେଡି ଶାସନ ଚାପ”

କେସିଙ୍ଗା, ୨୩।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଆୟୋଜିତ ବୁଢା ଡଙ୍ଗର ଲୋକ ମହୋତ୍ସବରେ ଯୋଗଦେବା ପାଇଁ ଗସ୍ତରେ ଆସିଥିବା ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ...

ବୁଢା ଡଙ୍ଗର ଲକୋମହୋତ୍ସବ ଆରମ୍ଭ: ନିଶାନ ବାଜାରେ ଦୁଲୁକିଲା କେସିଙ୍ଗା ସହର

କେସିଙ୍ଗା୨୩।୧୨: କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବୁଢା ଡଙ୍ଗର ଲୋକ ମହୋତ୍ସବ ରବିବାର ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ସ୍ଥାନୀୟ...

ଗୋଟେ ଲଘୁଚାପ ଯାଉଯାଉ ପୁଣି ଆସୁଛି ଆଉ ଏକ ଲଘୁଚାପ, ଚାଷୀ ଛାନିଆ

ନିରାକାରପୁର, ୨୩।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଚଳିତ ମାସରେ ହୋଇଥିବା ଅଦିନିଆ ଲଗାଣ ବର୍ଷା ଚାଷୀ ମେରୁଦଣ୍ଡକୁ ଦୋହଲେଇଦେଇଥିବା ବେଳେ ପୁଣି ଆଉ ଗୋଟିଏ ଲଘୁଚାପ...

ଆଉ ଦିନକ ପରେ ବଡଦିନ: ରାଇକିଆ ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ,୨୩।୧୨(ପ୍ରଦୀପ ବେହେରା): ଆଉ ଦିନକ ପରେ ବଡଦିନ। ଏନେଇ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସଜସଜ୍ଜା ସାଙ୍ଗକୁ ବ୍ୟାପକ ପ୍ରସ୍ତୁତି ଚାଲିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri