ଫୁଲବାଣୀ ଅଫିସ/ଟିକାବାଲି, ୧୨।୨: ସରକାର ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା କରିଛନ୍ତି। ସେମାନଙ୍କୁ ଚାଉଳ, ଭତ୍ତା ସହ ଆବାସ ଗୃହ ଯୋଗାଇ ଦେଉଛନ୍ତି। ହେଲେ ପ୍ରଶାସନିକ ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ବେପରୁଆ ମନୋଭାବ ଯୋଗୁ ହିତାଧିକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। କନ୍ଧମାଳ ଜିଲା ଟିକାବାଲି ବ୍ଲକ କଇଁଝର ପଞ୍ଚାୟତ ଡଗପଦର ଗ୍ରାମର ଜଣେ ବିଦ୍ୟାଙ୍ଗ ଦୀର୍ଘ ୩୦ ବର୍ଷ ହେଲା ଆବାସ ଗୃହଟିଏ ପାଇଁ ବାରମ୍ବାର ଆବେଦନ କରି ଆସୁଥିଲେ ହେଁ ତାଙ୍କ କଥାକୁ କେହି ଶୁଣୁ ନାହାନ୍ତି।
ଡଗପଦର ଗ୍ରାମର ସଦାନନ୍ଦ ମଲ୍ଲିକଙ୍କୁ ଏବେ ୫୫ ବର୍ଷ ା ପିଲା ବେଳେ ସେ ଠିକ୍ ଥିଲେ। ୨୫ ବର୍ଷ ବୟସରେ ତାଙ୍କ ବାମ ଗୋଡରେ ଯନ୍ତ୍ରଣା ହେଲା ା ଗୋଡ଼ ଭଲ କରିବା ପାଇଁ ମେଡିକାଲ ଯାଇ ଖର୍ଚ୍ଚାନ୍ତ ହେଲେ ା ମାତ୍ର କିଛି ସୁଫଳ ମିଳିଲାନି। ଧିରେ ଧିରେ ଗୋଡ ସରୁ ହୋଇଗଲା ା ଚାଲିବାରେ କଷ୍ଟ ହେଲା। ବାଡି ସାହାରା ବିନା ଠିଆ ହୋଇ ପାରିଲେନି। ପରେ ସରକାରଙ୍କ ପକ୍ଷରୁ ତାଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳିଛି ା ତେବେ ତାଙ୍କୁ କେବଳ ଚାଉଳ ଏବଂ ଭତ୍ତା ମିଳୁଥିବା ବେଳେ ଆବାସ ଗୃହ ଯୋଗାଇ ଦିଆଯାଉନାହିଁ ା ୩୦ ବର୍ଷ ହେବ ସେ ଘର ଖଣ୍ଡିଏ ଚାହିଁ ବସିଥିଲେ ବି ମିଳୁନି। ମାଟି ଘରେ ରହି ବହୁ ଅସୁବିଧା ଭୋଗୁଛନ୍ତି। ସଦାନନ୍ଦ କହିଛନ୍ତି, ସ୍ତ୍ରୀ ଏବଂ ଗୋଟିଏ ପୁଅକୁ ନେଇ ମୋର ସଂସାର ା ମୁଁ କାମ କରିପାରୁନାହିଁ ା ପୁଅ ଛୋଟ ା କିଛି ବର୍ଷ ହେବ ମୋର ଘର ଖଣ୍ଡେ ଆସିଥିଲାା ହେଲେ ସେମାନେ ମୋତେ ଦେଲେ ନାହିଁ ା ଭାଇମାନଙ୍କୁ ନିର୍ଭର କରି ଚଳୁଛି ା ଘର ଖଣ୍ଡେ ଯୋଗାଇ ଦେଲେ ଉପକୃତ ହୁଅନ୍ତି ବୋଲି ସଦାନନ୍ଦ କହିଛନ୍ତି। ଏ
ସମ୍ପର୍କରେ ସରପଞ୍ଚ ରୁନିତା କହଁରଙ୍କୁ ପଚାରିବାରେ ସଦାନନ୍ଦଙ୍କ ନାଁ ଲିଷ୍ଟରେ ଅଛି କି ନାହିଁ ଦେଖିଲା ପରେ କହିବି ା ତାଙ୍କୁ କିପରି ଘର ମିଳିବ ସେଥିପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି।