Posted inଜାତୀୟ

ମୋଦିଙ୍କୁ ଦିବ୍ୟାଙ୍ଗ ଛାତ୍ରୀଙ୍କ ଚିଠି, ସ୍କୁଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରି ଦିଅନ୍ତୁ, ଝୁଣ୍ଟି ପଡି ହେଉଛି ଖଣ୍ଡିଆ ଖାବରା…

ନୂଆଦିଲ୍ଲୀ,୨୯।୧୧ : ଜମ୍ମୁ-କଶ୍ମୀରର କାଠୁଆର ଜଣେ ସ୍କୁଲ ଛାତ୍ର ସିରାଟ ନାଜଙ୍କ ପଦାଙ୍କ ଅନୁସରଣ କରି ଉଦାମପୁର ଜିଲାର ଜଣେ ଭିନ୍ନକ୍ଷମ ଝିଅ ଦେଶର ସବୁଠାରୁ ଶକ୍ତିଶାଳୀ ନେତାଙ୍କୁ ଏକ ବିଶେଷ ଅନୁରୋଧ କରିଛନ୍ତି। ଆମେ ଆପଣଙ୍କୁ କହିବୁ କାଠୁଆର ସିରାଟ ନାଜ ଏକ ଭାଇରାଲ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ସ୍କୁଲକୁ ଗୁରୁତର ସଙ୍କଟରୁ ମୁକ୍ତ କରିବାକୁ ଏବଂ ନିଜ ତଥା ସହପାଠୀମାନଙ୍କ ପାଇଁ ଉନ୍ନତ ଶିକ୍ଷାର ପରିବେଶ ଏବଂ ଭିତ୍ତିଭୂମି ସୁନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ। ୮ ବର୍ଷିୟ ସିରତ ନାଜ ଏକ ଭିଡିଓ ପ୍ରସ୍ତୁତ କରିଥିଲେ ଯେଉଁଥିରେ ସେ ବିଦ୍ୟାଳୟର ଖରାପ ଅବସ୍ଥା ବିଷୟରେ ଉଲ୍ଲେଖନୀୟ କରିଥିଲେ। ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଏବଂ ବିଦ୍ୟାଳୟର ଉନ୍ନତି ହେଲା। ଏବେ କାଜଲ ନାମକ ଜଣେ ଦିବ୍ୟାଙ୍ଗ ଝିଅ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି।

ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖି ଜମ୍ମୁ-କଶ୍ମୀରର ଉଦାମପୁର ଜିଲାରେ ତାଙ୍କ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି। ରାସ୍ତାରେ ଝୁଣ୍ଟି ପଡି ହେଉଛି ଖଣ୍ଡିଆ ଖାବରା ହେଉଥିବା ଝିଅଟି ଚିଠିରେ ଜଣାଇଛନ୍ତି। ସେ ମେଲଡି ସରକାରୀ ମିଡିଲ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି। ଏହି ବିଦ୍ୟାଳୟ ଉଦାମପୁର ଜିଲାର ଫାଙ୍ଗୟାଲ ପଞ୍ଚାୟତର ପ୍ରଶାସନ ଅଧୀନରେ ଅଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ କାଜଲ ସ୍କୁଲରେ ନିଜର ତଥା ଅନ୍ୟ ସାଙ୍ଗମାନଙ୍କ ବୈନନ୍ଦିନ ଅସୁବିଧା ବିଷୟରେ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ବିଦ୍ୟାଳୟକୁ ଯାଉଥିବା ଏକମାତ୍ର ରାସ୍ତାର ଅବସ୍ଥା ଏପରି ଅଛି ସେ ଯାତ୍ରା କରିବା ସମୟରେ ଅନେକ ଥର ଝୁଣ୍ଟି ପଡି ତଳେ ପଡ଼ିଯାଉଛନ୍ତି। କାଜଲ ଲେଖିଛନ୍ତି, “ମୁଁ ସ୍କୁଲ ଯିବାବେଳେ ଏହି ରାସ୍ତାରେ ଅନେକ ଥର ପଡିଛି। ରାସ୍ତାର ଅବସ୍ଥା ଏପରି ମୁଁ ତଥା ମୋର ବନ୍ଧୁମାନେ ଏହା ଉପରେ ଚାଲିବା ବିପଦଠାରୁ କମ ନୁହେଁ। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଆମ ପାଇଁ ବିଦ୍ୟାଳୟକୁ ଯାଉଥିବା ଭଲ ରାସ୍ତା ନିର୍ମାଣ କରାଇ ଦିଅନ୍ତୁ।

ଦେଶର ସବୁଠାରୁ ଶକ୍ତିଶାଳୀ ନେତାଙ୍କୁ କାଜଲଙ୍କ ଭାବପ୍ରବଣ ଚିଠି ଏହି ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରାଛାତ୍ରଙ୍କ ଅସୁବିଧା ପ୍ରତି ଧ୍ୟାନ ଦେଇଛି। ବିଦ୍ୟାଳୟରେ ସମୁଦାୟ ୧୦୧ ଜଣ ଛାତ୍ରୀଛାତ୍ର ଅଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଦିବ୍ୟାଙ୍ଗ ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri