ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କଲେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର

ପାଟଣା,୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା। ଏଥିରେ ଦିବ୍ୟାଙ୍ଗଙ୍କ ଅଧିକାର ସମ୍ବଳିତ ସ୍ଲୋଗାନ ଦିଆଯାଇଥିଲା। ଏବିଇଓ ସଚ୍ଚିଦାନନ୍ଦ ସେଠୀ, ପ୍ରକାଶ ରାୟ, ବିଆର୍‌ଟି ରଜନୀ ନାଏକ, ମୀନକେତନ ପାତ୍ର, ଶିକ୍ଷକ ସଂଘ ସମ୍ପାଦକ କମଳାକାନ୍ତ ପତି, ଶିକ୍ଷକ ନେତା ବୀରମୋହନ ଦ୍ବିବେଦୀ, ସନ୍ତୋଷ ନାଏକ, ବିଭୀଷଣ ଦଳଦସିଆ ପ୍ରମୁଖ ସାମିଲ ହୋଇ ଛାତ୍ରୀଛାତ୍ରଙ୍କ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ।

Share