Categories: ଜାତୀୟ

ଅମିତ ଶାହାଙ୍କ ଉପରକୁ ଜୋତା ଫିଙ୍ଗିଲେ ଦିବ୍ୟାଙ୍ଗ ଯୁବକ

ନୂଆଦିଲ୍ଲୀ,୩।୧୧: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ହରିୟାଣାର କର୍ଣ୍ଣଲରେ ପହଞ୍ଚିଛନ୍ତି। ମୁଖ୍ୟ ଅତିଥି ଭାବରେ ଏଠାରେ ସେକ୍ଟର ୪ର ଦଶହରା ଗ୍ରାଉଣ୍ଡରେ ଆୟୋଜିତ ଆନ୍ତୋଦୟ ମହାସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମୟରେ ହରିୟାଣା ସରକାରଙ୍କ ନଅ ବର୍ଷର ବିକାଶ ଉପରେ ନିର୍ମିତ ଏକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅମିତ ଶାହାଙ୍କ ସମ୍ବୋଧନ ସମୟରେ ଶାହାବାଦର ଜଣେ ଦିବ୍ୟାଙ୍ଗ ଯୁବକ ଏକ ଜୋତା ଫିଙ୍ଗିଥିଲେ। ଏହି ସମୟରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଜୋତା ଫୋପାଡିଥିବା ଯୁବକଙ୍କ ଜଣଙ୍କ ହେଲେ ରବିନ୍ଦ୍ର। ଦିବ୍ୟାଙ୍ଗ ପେନସନ ପାଇବା ପାଇଁ ତାଙ୍କୁ ଦୁଇ ବର୍ଷ ଚକ୍କର କାଟିବାକୁ ପଡ଼ିଥିଲା। ସେ ସରକାରଙ୍କ ଉପରକୁ ରାଗିଯାଇ ଏପରି ନିଷ୍ପତ୍ତି ନେଇଥିବା ରବିନ୍ଦ୍ର କହିଛନ୍ତି।
କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଏଠାରେ ପାଞ୍ଚଟି ନୂତନ ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରିଛନ୍ତି। ପ୍ରଥମ ଯୋଜନା ମୁଖ୍ୟମନ୍ତ୍ରୀ ତୀର୍ଥ ଯାତ୍ରା ଯୋଜନା, ଦ୍ୱିତୀୟ ଯୋଜନା ହରିୟାଣା ଆୟ ବୃଦ୍ଧି ବୋର୍ଡ ଯୋଜନା, ତୃତୀୟ ଯୋଜନାରେ ଆୟୁଷ୍ମାନ ଭାରତ ଚିରାୟୁ ଯୋଜନାରେ ୧୪ ଲକ୍ଷ ପରିବାର ଯୋଡିବା ପାଇଁ ପ୍ରୟାସ, ଚତୁର୍ଥ ଯୋଜନା ମୁଖ୍ୟମନ୍ତ୍ରୀ ଅନ୍ତୋଦୟ ଦୁଗ୍ଧ ଉତ୍ପାଦନ ସମବାୟ ପ୍ରୋତ୍ସାହନ ଆରମ୍ଭ କରିଛି। ପଞ୍ଚମ ଯୋଜନା ହରିୟାଣା ଅନ୍ତୋଦୟ ପରିବହନ ଯୋଜନା ଆରମ୍ଭ କରାଯାଇଛି।

Share