ବରଗଡ଼ ଅଫିସ୍,୧୭।୨: ବରଗଡ଼ ଜିଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ଶିକ୍ଷକ ତଥା ସାମାଜିକ କର୍ମୀ ଦିବସ କୁମାର ସାହୁଙ୍କୁ ବୁଧବାର ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ମାସର ଉଦ୍ଯାପନୀ ସମାରୋହରେ ଗୁଡ୍ ସାମାରିଟାନ ଭାବେ ପୁରସ୍କୃତ କରାଯାଇଛି । ଏହି ପୁରସ୍କାର ବାବଦକୁ ତାଙ୍କୁ ମାନପତ୍ର ସହିତ ୧୦ହଜାର ଟଙ୍କାର ଏକ ଚେକ୍ ମିଳିଛି । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟରୁ ୬ଜଣ ଏବଂ ୩ଟି ଏନ୍ଜିଓକୁ ଚୟନ କରି ଏହି ପୁରସ୍କାର ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟଅତିଥି, କୃଷି ସଚିବ ରାଜକୁମାର ଶର୍ମା, ଡିଜିପି ଅଭୟ, ପରିବହନ ସଚିବ ମଧୁସୂଦନ ପାଢ଼ୀ, ପରିବହନ କମିଶନର ସଞ୍ଜୀବ ପଣ୍ଡା ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ ।