କଣ୍ଟାପଡ଼ା, ୧୪।୧୦(ଡି.ଏନ୍.ଏ.)- କଟକ ଜିଲା ଓଲଟପୁରସ୍ଥିତ ଏସ୍.ଭି.ନିର୍ତାର ଦିବ୍ୟାଙ୍ଗ ସ୍ବାସ୍ଥ୍ୟ ଓ ଗବେଷଣା ପ୍ରତିଷ୍ଠାନରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ନିର୍ମାଣାଧୀନ ଏକ ୱାର୍ଡ ପଛପଟେ ଘର ରଙ୍ଗ ଦିଆଯାଇଯିବା ପାଇଁ ଥିବା ଶିଡ଼ିରେ ଜଣେ ଦିବ୍ୟାଙ୍ଗଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳଥିଲା। ମୃତକ ହେଲେ ଶିବଶଙ୍କର ଭୁୟାଁ(୨୩)। ଶିବଶଙ୍କରଙ୍କ ଘର ବାଲେଶ୍ୱର ଜିଲା କମରପଦା ଥାନା ଅନ୍ତର୍ଗତ କମରପଦା ଗ୍ରାମରେ। ଶିବଙ୍କ ବାପା ଯୋଗେନ୍ଦ୍ରଙ୍କ ଅଭିଯୋଗ କ୍ରମେ ଓଲଟପୁର ଥାନା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଗତ ସେପ୍ଟେମ୍ବର ୨୩ ତାରିଖରୁ କୃତ୍ରିମ ଗୋଡ଼ ଲଗାଇବା ପାଇଁ ଶିବଶଙ୍କର ନିର୍ତାରକୁ ଆସିଥିଲେ। ସେ ନିର୍ତାରର ଡର୍ମିଟୋରି ୮ନଂ. ବେଡ୍ରେ ରହିଥିଲେ। ବୁଧବାର ରାତି ୮ଟାବେଳେ ରୋଗୀମାନଙ୍କୁ ଗଣାଯିବା ବେଳେ ଶିବଶଙ୍କର ବେଡ୍ରେ ନ ଥିବା ଜଣାପଡିଥିଲା। ନିର୍ତାର ସୁରକ୍ଷାକର୍ମୀ ରାତି ପାଟ୍ରୋଲିଂ କରିବାବେଳେ ତାଙ୍କୁ ନିର୍ମାଣାଧୀନ ଓ୍ବାର୍ଡ଼ର ଶିଡ଼ିରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଖବରପାଇ ଓଲଟପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।