ଏକଛତ୍ରବାଦୀ ଶାସକ ପୁଣି କଲେ କ୍ଷେପଣାସ୍ତ୍ର ପରୀକ୍ଷଣ…

ସିଓଲ୍‌, ୪।୫ : ଆଣବିକ ପରୀକ୍ଷଣ କରାଯିବା ଲାଗି ବିଶ୍ୱସ୍ତରରେ ବାରଣ କରାଯାଇଛି। କିନ୍ତୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଏହି କଟକଣାକୁ ଲଗାତାର ଅଣଦେଖା କରୁଛନ୍ତି। ତାଙ୍କର ଆଣବିକ ପରୀକ୍ଷଣ ଯୋଗୁ ଆମେରିକା ସମେତ ଦକ୍ଷିଣ କୋରୀଆର ଚିନ୍ତା ବଢ଼ିବାରେ ଲାଗିଛି।

ସମ୍ପ୍ରତି ଦକ୍ଷିଣ କୋରିଆ ଦାବି କରିଛି ଯେ କିମ୍‌ ଉତ୍ତର କୋରିଆର ପୂର୍ବାଞ୍ଚଳରେ ଏକ ଅଜ୍ଞାତ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛନ୍ତିି। ଏହି କ୍ଷେପଣାସ୍ତ୍ର ଏବଂ ଏହାର ଲକ୍ଷ୍ୟଭେଦ ବିଷୟରେ ସୂଚନା ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ ।

ପୂର୍ବରୁ ଉତ୍ତର କୋରିଆ ନେତାମାନେ ସିଧାସଳଖ ଧମକ ଦେଇଥିଲେ ଯେ ଆବଶ୍ୟକ ହେଲେ ସେମାନେ ଆଣବିକ ଅସ୍ତ୍ର ମଧ୍ୟ ବ୍ୟବହାର କରିପାରିବେ। ଏହାର କିଛି ଘଣ୍ଟା ପରେ କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଥିବା କୁହାଯାଉଛି।

Share