ପୋୟଙ୍ଗୟାଙ୍ଗ୍,୧୩।୯: ଆମେରିକା ସହିତ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ଦୀର୍ଘ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛନ୍ତି। ଏପରି କରି ସେ ଆମେରିକାକୁ ଚେତାବନୀ ଦେଇଛନ୍ତି।
ଉତ୍ତରକୋରିଆର ସରକାରୀ ଗଣମାଧ୍ୟମ ସଂସ୍ଥା କୋରିଆନ୍ ସେଣ୍ଟାଲ ନ୍ୟୁଜ୍ ଏଜେନ୍ସି (କେସିଏନ୍ଏ) ଏସମ୍ପର୍କରେ ସୂଚନା ଦେଇଛି। ଏହି କ୍ଷେପଣାସ୍ତ୍ର ୧୫୦୦ କିଲୋମିଟର ଲକ୍ଷ୍ୟଭେଦ କରିବାକୁ ସକ୍ଷମ। କ୍ଷେପଣାସ୍ତ୍ରର ପରୀକ୍ଷା ସେପ୍ଟେମ୍ବର ୧୧-୧୨ ମଧ୍ୟରେ କରାଯାଇଛି।
୭,୫୮୦ ସେକେଣ୍ଡରେ କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କରିଥିବା ନ୍ୟୁଜ୍ ଏଜେନ୍ସି କହିଛି। ଆମେରିକାର ତାଗିଦ୍ ସତ୍ତ୍ୱେ କିମ୍ କ୍ଷେପଣାସ୍ତ୍ର ପରୀକ୍ଷା କରି ଚ୍ୟାଲେଞ୍ଜ୍ ଦେଇଛନ୍ତି।