Categories: ଜାତୀୟ

ଦିଲ୍ଲୀରେ ଏକଛତ୍ରବାଦୀ ଶାସନ ଚରମ ସୀମାରେ ପହଞ୍ଚିଛି: ଏଏପି…

ନୂଆଦିଲ୍ଲୀ,୨୨।୩ : ଦିଲ୍ଲୀରେ ଏକଛତ୍ରବାଦୀ ଶାସନ ଚରମ ସୀମାରେ ପହଞ୍ଚିଛି ବୋଲି କହି ଆମ ଆଦମୀ ପାର୍ଟି ଭାଜପାକୁ କଡ଼ା ସମାଲୋଚନା କରିଛି। ଏଏପି ପକ୍ଷରୁ ଟୁଇଟ କରାଯାଇ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର ଲଗାଯିବା ଘଟଣାରେ ୧୦୦ ମାମଲା ରୁଜୁ ଏବଂ ୬ ଜଣଙ୍କ ଗିରଫ ପରେ ଏଏପି ପକ୍ଷରୁ ଏଭଳି କୁହାଯାଇଛି।

ମୋଦି ସରକାରଙ୍କ ଏକଛତ୍ରବାଦୀ ଶାସନ ଚରମ ସୀମାରେ ଅଛି !! ପୋଷ୍ଟରରେ ଏଭଳି କ’ଣ ଅଛି ଯେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ୧୦୦ ମାମଲା ରୁଜୁ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି, ଆପଣ ବୋଧହୁଏ ଜାଣି ନାହାଁନ୍ତି କିନ୍ତୁ ଭାରତ ଏକ ଗଣତାନ୍ତ୍ରିକ ଦେଶ। ଆପଣଙ୍କ ମଧ୍ୟରେ ଗୋଟିଏ ପୋଷ୍ଟରକୁ ଡର କାହିଁକି? ବୋଲି ଏଏପି କହିଛି।

 

Share