ଇସ୍ରାଏଲ ମହିଳାଙ୍କ କରୁଣ ଚିତ୍କାର ଆପଣଙ୍କ କାନକୁ ଶୁଭୁ ନ ଥିଲା କି: ନେତାନ୍ୟାହୁଙ୍କ ପ୍ରଶ୍ନ…

ଜେରୁଜେଲମ,୬।୧୨ : ଅସ୍ତ୍ରବିରତି ପରେ ଇସ୍ରାଏଲ ଦକ୍ଷିଣ ଗାଜାରେ ହମାସ ବିରୁଦ୍ଧରେ ଆକ୍ରମଣକୁ ତୀବ୍ର କରିଛି। ମଙ୍ଗଳବାର ପଖାନ ୟୁନିସ ସହରର ପୂର୍ବ ଅଞ୍ଚଳରେ ଇସ୍ରାଏଲର ଟ୍ୟାଙ୍କଗୁଡ଼ିକ ପ୍ରବଳ ଗୁଳି ଚଳାଇଛନ୍ତି। ଏହି ଯୁଦ୍ଧରେ ହଜାର ହଜାର ମହିଳା ଏବଂ ନିରୀହ ଶିଶୁଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ ସେନା ଦ୍ୱାରା ହୋଇଥିବା ଆକ୍ରମଣରେ ମହିଳା ଓ ଶିଶୁମାନଙ୍କୁ ହତ୍ୟା କରାଯାଉଛି ବୋଲି ଅନ୍ତର୍ଜାତୀୟ ମାନବାଧିକାର ସଂଗଠନ ଦାବି କରିଛନ୍ତି।

ଅନ୍ତର୍ଜାତୀୟ ମାନବ ଅଧିକାର ସଂଗଠନର ଏହି ଦାବି ଉପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଏକପାଖିଆ ଭାବେ ଅନ୍ତର୍ଜାତୀୟ ମାନବ ଅଧିକାର ସଂଗଠନକୁ ଦାୟୀ କରିବା ବିଷୟରେ କହିଛନ୍ତି।

ଇସ୍ରାଏଲ ବିରୋଧରେ ମନ୍ତବ୍ୟ ଦେଉଥିବା ଅନ୍ତର୍ଜାତିକ ମାନବାଧିକାର ସଂଗଠନଗୁଡ଼ିକ ଉପରେ ମନ୍ତବ୍ୟ ଦେଇ ସେ କହିଛନ୍ତି, ଯେତେବେଳେ ହମାସ ଯୋଦ୍ଧାମାନେ ଇସ୍ରାଏଲ ମହିଳାମାନଙ୍କୁ ନିର୍ଯାତନା ଦେଉଥିଲେ, ଏହି ଅନ୍ତର୍ଜାତୀୟ ମାନବ ଅଧିକାର ସଂଗଠନଗୁଡ଼ିକ କାହିଁକି ଚୁପ ରହିଥିଲେ? ଇସ୍ରାଏଲ ମହିଳାଙ୍କ କରୁଣ ଚିତ୍କାର ସେମାନଙ୍କ କାନକୁ ଶୁଭୁ ନ ଥିଲା କି ବୋଲି ସେ ପଶ୍ନ କରିଛନ୍ତି। ସେମାନେ ଇହୁଦୀ ମହିଳା ଥିଲେ ବୋଲି ସଂଗଠନଗୁଡିକ କ’ଣ ନୀରବ ଥିଲେ କି ?

ମୁଁ ଆଶା କରୁଛି ଯେ ସମସ୍ତ ନେତା, ସରକାର, ଦେଶ ଏବେ ଏହି ଅତ୍ୟାଚାର ବିରୋଧରେ କହିବେ।

 

Share