କେବେ ସ୍କୁଲ ଯାଇ ନାହାନ୍ତି କ୍ୟାଟ୍ରିନା!

ମୁମ୍ବାଇ: ବଲିଉଡର ଆଗଧାଡିର ନାୟକି କ୍ୟାଟ୍ରିନା କୈଫ ନିକଟରେ ଅଭିନେତା ଭିକ୍କି କୌଶଲଙ୍କୁ ବିବାହ କରିଛନ୍ତି । ଏବେ ସେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ । ବଲିଉଡର ଆଗଧାଡିର ତଥା ଦର୍ଶକଙ୍କୁ ଆକର୍ଷିତ କଲାଭଳି ନାୟିକା ତାଲିକାରେ ଅନ୍ୟତମ ଅଭିନେତ୍ରୀ । କ୍ୟାଟ୍ରିନା କେବେ ସ୍କୁଲ ଯାଇ ନାହାନ୍ତି ବୋଲି କୁହାଯାଏ । ଅସଲ କଥା ହେଲା ଏହି ବ୍ରିଟିଶ-ଭାରତୀୟ ମୂଳ ବାସିନ୍ଦା ଅଭିନେତ୍ରୀ ତଥା ମଡେଲଙ୍କ ପିଲାଦିନ ବିଭିନ୍ନ ଦେଶରେ କଟିଛି । କ୍ୟାଟ୍ରିନାଙ୍କ ପିତା ମହମ୍ମଦ କୈଫ କଶ୍ମୀରର ମୂଳ ବାସିନ୍ଦା ହୋଇଥିବା ବେଳେ ବ୍ରିଟିଶ ବିଜନେସମ୍ୟାନ । ତାଙ୍କ ମା’ ସୁଜୈନ ବ୍ରିଟିଶ ନାଗରିକ । ଏଥିପାଇଁ କ୍ୟାଟଙ୍କ ପିଲାଦିନ ପାଖାପାଖି ୧୮ଟି ଦେଶରେ କଟିଛି ବୋଲି କୁହାଯାଏ । ସବୁବେଳେ ଟ୍ରାଭେଲ କରିବାକୁ ପଡୁଥିବାରୁ ସେ କୌଣସି ନିଦ୍ଦିଷ୍ଟ ସ୍କୁଲରେ ପାଠ ପଢି ନାହାନ୍ତି । ତାଙ୍କ ପାଠପଢା ପାଇଁ ହୋମ ଟିଉଟର ରଖାଯାଇଥିବା ସେ କୁହନ୍ତି । ସୂଚନା ଅନୁଯାୟୀ, କ୍ୟାଟ୍ରିନା ମାତ୍ର ୧୪ ବର୍ଷ ବୟସରେ ମଡେଲିଂ ଆରମ୍ଭ କରିଥିଲେ । ଏହାପରେ ସେ ଭାରତ ଆସି ତାଙ୍କ କ୍ୟାରିୟରକୁ ଆଗକୁ ବଢାଇବାକୁ ଯୋଜନା କରିଥିଲେ । ଏହାପରେ ସେ ବଲିଉଡରେ ଏଣ୍ଟ୍ରି କରି ସଫଳତାର ପାହାଚ ଚଢିଥିଲେ । ଏକଦା ଏକ ସାକ୍ଷାତ୍‌କାରରେ କ୍ୟାଟ୍ରିନା କହିଥିଲେ ସେ ଲଣ୍ଡନରେ ଇଞ୍ଜିନିୟରିଂ ପଢୁଥିଲେ ହେଲେ ସେଥିରେ ତାଙ୍କ ମନ ନ ଲାଗିବାରୁ ସେ ମଡେଲିଂକୁ କ୍ୟାରିୟର ଭାବେ ବାଛି ନେଇଥିଲେ । କ୍ୟାଟ୍ରିନାଙ୍କର ୩ ବଡ ଭଉଣୀ ଓ ୩ ସାନ ଭଉଣୀ ସହ ଜଣେ ବଡ ଭାଇ ରହିଛନ୍ତି । କ୍ୟାଟ ହିନ୍ଦୀ ସହ ତେଲଗୁ ଓ ମାଲାୟଲମ ମୁଭିରେ ବି କାମ କରି ସାରିଛନ୍ତି ।

Share