ବମ୍ବେ: ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରା ଚର୍ଚ୍ଚାରେ। କାରଣଟି ହେଲା ତାଙ୍କର କିଛି ଫଟୋ। ସାମାଜିକ ଗଣମାଧ୍ୟମରେ ଯୋଗ କରୁଥିବା ବେଳର ଅନେକଗୁଡ଼ିଏ ଫଟୋ ସେ ଶେୟାର କରିଥାନ୍ତି। ହେଲେ ଏବେ ସେ ଏଭଳି ଦୁଇଟି ଫଟୋ ଛାଡ଼ିଛନ୍ତି, ଯାହାକୁ ଦେଖି ପ୍ରଶଂସକମାନେ ସେ ନିର୍ବନ୍ଧ କରିନେଇଥିବା ଅନୁମାନ କରୁଛନ୍ତି। ଗୋଟିଏ ଫଟୋରେ ସେ ନଜର ଆସୁଥିବା ବେଳେ ଅନ୍ୟଟିରେ କେବଳ ତାଙ୍କ ହାତ ଦେଖାଯାଉଛି। ହାତରେ ସେ ହୀରାର ମୁଦି ମଧ୍ୟ ପିନ୍ଧିଛନ୍ତି। ଏଗୁଡ଼ିକ ଭାଇରାଲ ହେବା
ପରେ ଅର୍ଜୁନଙ୍କ ସହ ନିର୍ବନ୍ଧ ସରିଲା କି ବୋଲି ଅନେକ ପ୍ରଶ୍ନ କରୁଛନ୍ତି। ହେଲେ ଖବର ନେବାରୁ ଏହା ଭୁଲ ବୋଲି ଜଣାପଡ଼ିଛି। ଏକ ବ୍ରାଣ୍ଡର ପ୍ରମୋଶନ ପାଇଁ ମଲାଇକା ଏହି ମୁଦି ପିନ୍ଧିଛନ୍ତି। ଏଣୁ ପ୍ରଶଂସକଙ୍କୁ ତାଙ୍କର ବିବାହ ଦେଖିବାକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ହେବ ବୋଲି କୁହାଯାଉଛି।
ପୂର୍ବ ସ୍ବାମୀ ଅରବାଜଙ୍କ ଠାରୁ ଅଲଗା ହେବା ପରେ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ୍ କରୁଛନ୍ତି ମଲାଇକା। ଉଭୟ ସମ୍ପର୍କକୁ ପ୍ରଥମେ ଲୁଚାଇଥିଲେ ହେଁ ପରେ ଖୋଲାଖୋଲି ଏହାକୁ ସ୍ବିକାର କରିଛନ୍ତି। ଏବେ ସେମାନେ ବିବାହ କରିବାକୁ ଯୋଜନା କରୁଥିବା କୁହାଯାଉଛି। ହେଲେ ସେମାନେ ଏବେ ବିବାହ କରିବାକୁ ଚାହୁଁ ନ ଥିବା କହିଛନ୍ତି। ଯେତେବେଳେ ବିବାହ କରିବେ ସମସ୍ତଙ୍କୁ ଜଣାଇ କରିବେ ବୋଲି ମଲାଇକା କହିଛନ୍ତି।