ମୋଦି କରୋନା ମାର୍ଗଦର୍ଶିକା ପାଳନ କରିଥିଲେ କି ? ମାଣ୍ଡବ୍ୟଙ୍କ ଚିଠି ନେଇ ପ୍ରଶ୍ନ କଲେ ଅଧୀର ରଞ୍ଜନ…

ନୂଆଦିଲ୍ଲୀ,୨୧।୧୨ : ଅନେକ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ମଧ୍ୟରେ ଭାରତ ଯୋଡା ଯାତ୍ରା ବନ୍ଦ କରିବା ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ଏବେ ଏହାର ଜବାବ ଦେଇଛି। ବୁଧବାର କଂଗ୍ରେସ ଏମ୍‌ପି ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, ମୁଁ ଭାଜପାକୁ ପଚାରିବାକୁ ଚାହୁଁଛି ଗୁଜୁରାଟ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମାର୍ଗଦର୍ଶିକା ଅନୁସରଣ କରିଛନ୍ତି କି?

ସେ କହିଛନ୍ତି, ମୁଁ ଭାବୁଛି ମାଣ୍ଡବ୍ୟ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରାକୁ ପସନ୍ଦ କରୁନାହାଁନ୍ତି, କିନ୍ତୁ ଲୋକମାନେ ଏହାକୁ ପସନ୍ଦ କରୁଛନ୍ତି ଏବଂ ଏଥିରେ ଯୋଗ ଦେଉଛନ୍ତି। ଜନସାଧାରଣଙ୍କ ଦୃଷ୍ଟି ହଟାଇବା ପାଇଁ ଶାସକ ଦଳ ମାଣ୍ଡବ୍ୟଙ୍କୁ ନିଯୁକ୍ତି କରିଛି ବୋଲି ସେ ଅଭିଯୋଗ କରିଛନ୍ତି।

ଏଥି ସହିତ କଂଗ୍ରେସ ଏମ୍‌ପି କାର୍ତ୍ତି ଚିଦାମ୍ବରମ ମଧ୍ୟ ମାଣ୍ଡବ୍ୟଙ୍କ ଚିଠି ନେଇ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ମୁଁ ଚିଠି ଦେଖି ନାହିଁ, କିନ୍ତୁ ଆଜି କୋଭିଡ ପ୍ରୋଟୋକଲ କେଉଁଠାରେ ଏବଂ କ’ଣ ପାଇଁ? ଏବେ ସର୍ବସାଧାରଣ ସମାବେଶ ପାଇଁ କୌଣସି ବାଧ୍ୟତାମୂଳକ କୋଭିଡ ପ୍ରୋଟୋକଲ ନାହିଁ। ଭାରତ ଯୋଡା ଯାତ୍ରା ଉପରେ ହଠାତ ଧ୍ୟାନ କାହିଁକି? ଏହା ବ୍ୟତୀତ ଟିଏମସି ଏମ୍‌ପି ଡୋନା ସେନ ମଧ୍ୟ ମାଣ୍ଡବ୍ୟଙ୍କ ଚିଠି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଏ ସମ୍ପର୍କରେ ଏକ ପରାମର୍ଶ ଦେଇ ପାରିଥାନ୍ତେ।

ଆମେ ସଂସଦରେ ଅଛୁ, କିନ୍ତୁ ମାସ୍କ ପିନ୍ଧିବା କିମ୍ବା ଅନ୍ୟାନ୍ୟ ପଦକ୍ଷେପ ନେବା ପାଇଁ କୌଣସି ସର୍କୁଲାର ଆସିନାହିଁ। ରାଜ୍ୟ ସରକାରଙ୍କୁ ପ୍ରାଧାନ୍ୟ ଦେବା କେନ୍ଦ୍ରର ଏକମାତ୍ର କର୍ତ୍ତବ୍ୟ ନୁହେଁ। ତାଙ୍କର ଦାୟିତ୍ୱ ଜନସାଧାରଣଙ୍କ ପ୍ରତି, ଯେଉଁଥିରେ ସରକାର ବିଫଳ ହୋଇଛନ୍ତି। ତେଣୁ ଆମେ ସରକାରଙ୍କଠାରୁ ଏନେଇ ଅଧିକ କିଛି ଆଶା କରୁନାହୁଁ ।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ମୟ ଦାସଙ୍କ ଗିରଫକୁ ନେଇ ଗର୍ଜିଲେ ଶେଖ ହସିନା

ନୂଆଦିଲ୍ଲୀ/ଢାକା,୨୮।୧୧: ବହିଷ୍କୃତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶଦ୍ରୋହ ଅଭିଯୋଗରେ ହିନ୍ଦୁ ଭିକ୍ଷୁ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ତୀବ୍ର ନିନ୍ଦା କରିବା ସହ ତାଙ୍କୁ...

ବର୍ତ୍ତମାନ ବୟସ ଏତେ ଯେ ଯାହାକୁ ମୁଁ ବଞ୍ଚି ପାରିବି ନାହିଁ, ଜାଣନ୍ତୁ ଏମିତି କାହିଁକି କହିଲେ ଅଖିଳେଶ

ଲକ୍ଷ୍ନୌ,୨୮।୧୧: ନିକଟରେ ଏକ ସାକ୍ଷାତକାରରେ ସମାଜବାଦି ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ତାଙ୍କ ବ୍ୟକ୍ତିଗତ ଜୀବନ, ପିତା ମୁଲାୟମ ସିଂ ଯାଦବଙ୍କ ସହ ସମ୍ପର୍କ ଏବଂ...

ଭାଜପା ତଣ୍ଟିରେ ଲାଗିଛି ‘ଶିନ୍ଦେ’ କଣ୍ଟା ! ସାଙ୍ଗରେ ରଖିବାକୁ ଦଳ ଯେତିକି ବାଧ୍ୟ ସେତିକି ଜରୁରୀ, ଅଣଦେଖା କଲେ…

ମୁମ୍ବାଇ,୨୮।୧୧: ଯଦି ଏକନାଥ ସିନ୍ଦେ ନୁହନ୍ତି, ତେବେ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ? ଦେବେନ୍ଦ୍ର ଫଡନାଭିସ ଏହି ଦୌଡରେ ସବୁଠାରୁ ଆଗରେ ଥିବା କୁହାଯାଉଛି।...

ଥରିଲା ଆଫଗାନିସ୍ତାନ, ଜମ୍ମୁ-କଶ୍ମୀରରେ ଦେଖାଗଲା ଏହାର ପ୍ରଭାବ

ଶ୍ରୀନଗର/କାବୁଲ,୨୮।୧୧: ଗୁରୁବାର (୨୮ ନଭେମ୍ବର) ଅପରାହ୍ନରେ ଜମ୍ମୁ କଶ୍ମୀରର କିଛି ଅଞ୍ଚଳରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ...

‘ସିଂହୀ ସଂସଦ ଆସିଗଲେ…,’ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ପୋଷ୍ଟ କରି ଫସିଗଲେ ସଞ୍ଜୟ

ନୂଆଦିଲ୍ଲୀ,୨୮।୧୧: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଗୁରୁବାର ସଂସଦରେ ଏମପି ଭାବରେ ଶପଥ ଗ୍ରହଣ କରିଛନ୍ତି। କେରଳର ୱାୟାନାଡର ଏମପି ଭାବରେ ସଂସଦରେ ଶପଥ ଗ୍ରହଣ...

ଶପଥ ନେଲେ ହେମନ୍ତ ସୋରେନ

ରାଞ୍ଚି,୨୮ା୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବହୁ ସଂଖ୍ୟା ଭୋଟ୍‌ରେ ଜିତିଥିବା ହେମନ୍ତ ସୋରେନ ଗୁରୁବାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏହି ଶପଥ...

ମୁଁ ମୋଦି ସରକାରଙ୍କ ସହ ଅଛି, କାହିଁକି ଏମିତି କହିଲେ ମମତା

କୋଲକାତା,୨୮।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିଧାନସଭାରେ କହିଛନ୍ତି ଯେ ମୁଁ ବାଂଲାଦେଶରେ ହିନ୍ଦୁମାନଙ୍କୁ ନିର୍ଯ୍ୟାତନା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଅଛି। ମମତା...

ସଂସଦକୁ ପ୍ରବେଶ କରୁଥିଲେ ପ୍ରିୟଙ୍କା, ଦୁଆରମୁହଁରେ ଅଟକାଇେଲେ ରାହୁଲ, ତା’ପରେ ଯାହା ହେଲା…

ନୂଆଦିଲ୍ଲୀ,୨୮।୧୧: ପ୍ରିୟଙ୍କା ଗାନ୍ଧୀ ଗୁରୁବାର ଲୋକ ସଭାରେ ଏମପି ଭାବେ ଶପଥ ନେଇଛନ୍ତି। ନିକଟରେ କେରଳର ଓ୍ବାଏନାଡରେ ହୋଇଥିବା ଲୋକ ସଭା ଉପ-ନିର୍ବାଚନରେ ସେ ବିଜୟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri