ଅନ୍ୟ ଗାଁରେ ଜନ୍ମ ବୋଲି ଶବ ଉଠାଇଲେନି

ପାଟଣା,୨୮ା୩(ସ୍ବ.ପ୍ର.): ଅନ୍ୟ ଗାଁରେ ଜନ୍ମ ବୋଲି ମୃତ୍ୟୁ ପରେ ସାହିଭାଇ ମୃତଦେହକୁ କାନ୍ଧ ଦେବାକୁ ମନାକଲେ। ଶବସତ୍କାର ନ ହୋଇ ଘର ଆଗରେ ଦୀର୍ଘ ସମୟ ପଡ଼ିରହିଲା। ଖବର ପାଇ ଭରସା ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ ପହଞ୍ଚତ୍ ଶେଷକୃତ୍ୟ କରିଥିବା ଜଣାପଡ଼ିଛି। ଏଭଳି ଘଟଣା କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ବଡ଼ପାଟଣା ପଞ୍ଚାୟତ ମାଧପୁର ଗ୍ରାମରେ ଦେଖିବାକୁ ମିଳିଛି। ପ୍ରକାଶ ଯେ, ମାଧପୁର ଗ୍ରାମରେ ଅବସ୍ଥାନ କରୁଥିବା ଶୁକ ମୁଣ୍ଡା(୩୫) ଟିବିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ରବିବାର ମଙ୍ଗଳପୁର ଗ୍ରାମସ୍ଥିତ ତାଙ୍କ ସଡୁଙ୍କ ଘରେ ଥିବା ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା। ସଡ଼ୁ ଶେଷକୃତ୍ୟ ପାଇଁ ମୃତଦେହ ମାଧପୁରକୁ ଅଣିଥିବା ବେଳେ ସାହିଭାଇ ବାରଣ କରିଥିଲେ। ଶୁକଙ୍କ ପ୍ରକୃତ ଘର ଘଟଗଁା ବ୍ଲକ୍‌ ବାରିଙ୍ଗା ଗ୍ରାମରେ ହୋଇଥିବା ବେଳେ ପିଲାବେଳୁ ସେ ମାଧପୁରର ମାଉସୀ ପାନ ମୁଣ୍ଡାଙ୍କ ଘରେ ରହୁଥିଲେ। ପାନ ମୁଣ୍ଡାଙ୍କ ବଂଶଧର ହୋଇ ନ ଥିବା, ମାଧପୁରରେ ଜନ୍ମ ନେଇ ନ ଥିବାରୁ ସାହି ଭାଈ ଶବକୁ କାନ୍ଧ ଦେବାକୁ ମନା କରିଥିଲେ। ଖବର ପାଇ ସୋମବାର ଭରସା ପରିବାରର ସଦସ୍ୟ ଲିପୁନ ମହାନ୍ତ, ଗିରିଜାଶଙ୍କର ମହାନ୍ତ, ରାଜ୍ୟ ସଭାପତି ଲମ୍ବୋଦର ମହାନ୍ତ, ଭରତ ଚନ୍ଦ୍ର ମହାନ୍ତ, ବାପୁନ ମହାନ୍ତ, ପ୍ରେମଚାନ୍ଦ ପୃଷ୍ଟି, ଲିପୁନ ମହାନ୍ତ, ଦଶରଥ ବାରିକ, ବିଜୟ ମହାନ୍ତ ପହଞ୍ଚତ୍ ଶବ ସତ୍କାର କରିଥିଲେ।