Categories: ଜାତୀୟ

‘ପ୍ରଧାନମନ୍ତ୍ରୀ ଚାହୁଁଥିଲେ ଗରିବଙ୍କୁ କେହି ସାହାଯ୍ୟ ନ କରନ୍ତୁ’

ନୂଆଦିଲ୍ଲୀ,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍‌ ଲକଡାଉନ ଘୋଷଣା କରି ପ୍ରବାସୀ ଶ୍ରମିକଙ୍କୁ ବଶାହରା ଭାବେ ରୋଡ୍‌ ଉପରେ ଛାଡ଼ି ଦେଇଥିଲେ। ସେମାନଙ୍କ ପାଖରେ ଘର ଫେରିବାକୁ ବାଟ ନ ଥିଲା। ସେମାନେ ଚାଲିଚାଲି ଫେରୁଥିଲେ। ସେ ଚାହୁଁଥିଲେ କି, ସେମାନଙ୍କୁ କେହି ସାହାଯ୍ୟ ନ କରନ୍ତୁ। ମୋଦିଜୀ କ’ଣ ଚାହୁଁଥିଲେ? ଏଭଳି କହି ପ୍ରଧାନମନ୍ତ୍ରୀ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି।

କୋଭିଡ୍‌ର ପ୍ରଥମ ଲହରରେ ମୁମ୍ବାଇ ଷ୍ଟେଶନରେ କଂଗ୍ରେସ ଓ ଦିଲ୍ଲୀରେ ଏଏପି ସରକାର ପ୍ରବାସୀଙ୍କୁ ଘରକୁ ଫେରିବା ପାଇଁ ଟିକେଟ୍‌ ବାଣ୍ଟିଥିଲେ। ଯାହା ଫଳରେ ପଞ୍ଜାବ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ କଂଗ୍ରେସ ସକ୍ରଂମିତଙ୍କ ସଂଖ୍ୟା ବଢ଼ିଥିଲା। ଏଭଳି କହି ପ୍ରବାସୀ ସଙ୍କଟ ପାଇଁ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କୁ ଦାୟୀ କରିଥିଲେ।

Share