Posted inଜାତୀୟ

ରାହୁଲ କରିଥିଲେ କି କଳାଜାଦୁ, ମହାରାଷ୍ଟ୍ରରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୨୩।୬: ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ‘ଖଟାଖଟ’ ମନ୍ତବ୍ୟ ଖୁବ୍‌ ଚର୍ଚ୍ଚାରେ ରହିଥିଲା। ହେଲେ ଏହି ମନ୍ତବ୍ୟ ଏବେ ତାଙ୍କୁ ଅସୁବିଧାରେ ପକାଇଛି। ପୁଣେରେ ବ୍ଲାକ ମ୍ୟାଜିକ ଆକ୍ଟ ୨୦୧୩ ଅଧିନରେ ତାଙ୍କ ନାଁରେ ଅଭିଯୋଗ ହୋଇଛି। ତେବେ ଆସନ୍ତୁ ଜାଣିବା ବ୍ଲାକ୍‌ ମ୍ୟାଜିକ ଆକ୍ଟ କ’ଣ ଓ ରାହୁଲ ଗାନ୍ଧୀ ଏଥିରେ କେମିତି ଫସିଲେ।

ରାହୁଲ ନିର୍ବାଚନ ଅଭିଭାଷଣ ସମୟରେ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଖଟାଖଟ ପହଞ୍ଚିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯାହାକୁ ନେଇ ପୁଣେର ଆରତୀ ସଚିନ କଣ୍ଡ୍ରେ ନାମକ ଜଣେ ମହିଳା ଠକେଇ ଅଭିଯୋଗ କରି ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

ଭାରତରେ ଯାଦୁ କିମ୍ବା କଳା ଯାଦୁ ବନ୍ଦ କରିବାକୁ କୌଣସି କେନ୍ଦ୍ରୀୟ ନିୟମ ନାହିଁ। କିନ୍ତୁ ଅନେକ ରାଜ୍ୟରେ ଏହା ବିରୋଧରେ ଅଲଗା ଆଇନ ପ୍ରଣୟନ କରାଯାଇଛି। ସେହିଭଳି ମହାରାଷ୍ଟ୍ରରେ Maharashtra Prevention and Eradication of Human Sacrifice and other Inhuman, Evil and Aghori Practices and Black Magic Act, 2013 ରହିଛି। ଏହି ଆଇନରେ ସମୁଦାୟ ୧୨ଟି ଧାରା ଅଛି, ଯାହା ବିଭିନ୍ନ ଅପରାଧ ଚିହ୍ନଟ କରେ। ଏହି ନିୟମ ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ଅଭିଯୋଗ ପଞ୍ଜିକୃତ ହୋଇଛି।

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧୀ କହିଥିଲେ ଯେ, କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ସରକାର ଗଠନ ହେବା ମାତ୍ରେ ପ୍ରତି ମାସର ପ୍ରଥମ ଦିନରେ ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ଜୁଲାଇ ୧ ସକାଳେ ଗରିବ ଜନସାଧାରଣ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବେ। ମ୍ୟାଜିକ ପରି ୮୫୦୦ଟଙ୍କା ଆପଣଙ୍କ ଖାତାରେ ପହଞ୍ଚିବ। ସେହିପରି ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର, ଡିସେମ୍ବରା ପ୍ରଥମ ଦିନରେ ହିଁ ଆପଣଙ୍କୁ ୮୫୦୦ଟଙ୍କା ଏମିତି ହିଁ ଖଟାଖଟ ଖଟାଖଟ ଖଟାଖଟ ପହଞ୍ଚିବ।

ଅଭିଯୋଗକାରୀଙ୍କ କହିବାନୁସାରେ, ରାହୁଲ ଗାନ୍ଧୀଙ୍କ ଏହି ବିବୃତ୍ତି ଏହିପରି ମନେହୁଏ ଯେ ଲକ୍ଷ ଲକ୍ଷ ଗରିବ ଭାରତୀୟ ମ୍ୟାଜିକ ଭାବେ ଟଙ୍କା ପାଇବେ। ଟେଲିଭିଜନରେ ତଥା ଫେସବୁକ ଏବଂ ହ୍ବାଟସପ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଦାବିଗୁଡିକ ବ୍ୟାପକ ଭାବରେ ପ୍ରସାରିତ ହୋଇଥିଲା ଯାହା ଦ୍ୱାରା ଅନେକ ମହିଳା ଭାବିଥିଲେ ଯେ ରାହୁଲ ଗାନ୍ଧୀ କଳା ଯାଦୁ କରି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ।

ଫ୍ରି ପ୍ରେସ ଜର୍ଣ୍ଣାଲକୁ ସୂଚନା ଦେଇ ସତ୍ୟ ମୁଲେ କହିଛନ୍ତି, ଅନ୍ଧ ବିଶ୍ୱାସ ଏବଂ ପ୍ରତାରଣା ମାଧ୍ୟମରେ ଭୋଟ ପାଇବା ଭାରତରେ ଏକ ଅପରାଧ, ଯାହା ବ୍ଲାକ ମ୍ୟାଜିକ ପ୍ରତିରୋଧ ଆଇନ ଏବଂ ଧାରା ୪୧୫ (ପ୍ରତାରଣା) ଏବଂ ୪୨୦ (ପ୍ରତାରଣା ଏବଂ ଅସାଧୁ ଭାବରେ ହାସଲ କରିବା) ଅନୁଯାୟୀ ଦଣ୍ଡନୀୟ।

୨୬ ଅଗଷ୍ଟ ୨୦୧୩ରୁ ମହାରାଷ୍ଟ୍ରରେ ବ୍ଲାକ ମ୍ୟାଜିକ ଆକ୍ଟ ଲାଗୁ ହୋଇଛି। ଯେଉଁମାନେ ଏହି ନିୟମ ଭାଙ୍ଗନ୍ତି ସେମାନଙ୍କ ପାଇଁ ସର୍ବନିମ୍ନ ୬ ମାସ ଏବଂ ସର୍ବାଧିକ ୭ ବର୍ଷ ଜେଲ ବ୍ୟବସ୍ଥା ରହିଛି। ଏହି ଅପରାଧ ଜାମିନହୀନ ହେବ। ଜରିମାନା ୫ହଜାରରୁ ୫୦ ହଜାର ଟଙ୍କା ମଧ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri