ପ୍ରେମରେ ପଡ଼ିଲେ କି ସଲମାନ, ସତ କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ପ୍ରେମ ବ୍ୟାପାରରେ ଦବଙ୍ଗ ଖାନ୍‌ ସଲମାନଙ୍କ କନେକ୍ସନ ବହୁତ ଗଭୀର। ସବୁବେଳେ ପ୍ରେମ ଖବରକୁ ନେଇ ସେ ଚର୍ଚ୍ଚାରେ ରହିଥାନ୍ତି। ମାତ୍ର ନିଜକୁ ସବୁବେଳେ ସିଙ୍ଗଲ କୁହନ୍ତି ସଲ୍ଲୁ। ଏବେ ସଲମାନଙ୍କ ସହ ଆଉ ଜଣେ ହଲିଉଡ୍‌ ଅଭିନେତ୍ରୀଙ୍କ ନାଁ ଶୁଣିବାକୁ ମିଳୁଛି। ଏହି ଅଭିନେତ୍ରୀ ହେଲେ ସାମନ୍ଥା ଲକ୍‌ଉଡ୍‌। ଦୁଇଜଣଙ୍କ ରିଲେସନଶିପ୍‌କୁ ନେଇ ବି’ ଟାଉନ୍‌ରେ ଚର୍ଚ୍ଚା।

ଲୋକେ କହୁଛନ୍ତି, ସତରେ କ’ଣ ସାମନ୍ଥା ସଲମାନଙ୍କ ନୂଆ ପ୍ରେମିକା। ଏନେଇ ଯଦିଓ ସଲମାନ ମୁହଁ ଖୋଲି ନାହାନ୍ତି, ସାମନ୍ଥା କହିଛନ୍ତି ଲୋକେ ବହୁତ କିଛି ଭାବି ଦେଉଛନ୍ତି। ମୋତେ ଲାଗୁଛି କିଛି ନ ହୋଇ ବି ଲୋକେ କହୁଛନ୍ତି। ମୁଁ ସଲମାନଙ୍କୁ ଭେଟିଛି। ସେ ବହୁତ ଭଲ ଲୋକ। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଜାଣିପାରୁନି ଏତେ ଭଲ ଲୋକଙ୍କ ବିଷୟରେ ଲୋକେ ଏମିତି କହିବା ପାଇଁ ଆଇଡିଆ କେଉଁଠୁ ପାଉଛନ୍ତି? ସେ କହିଛନ୍ତି, ମୋର ଉଦ୍ଦେଶ୍ୟ ଥିଲା ମୁଁ ସଲମାନ ଆଉ ହ୍ରିତିକ୍‌ଙ୍କୁ ଭେଟିବି। ମାତ୍ର ହ୍ରିତିକ୍‌ ଆଉ ମୋତେ ନେଇ ତ କେହି କିଛି କହୁନାହାନ୍ତି। ସଲମାନଙ୍କୁ ନେଇ ଏମିତି କାହିଁକି କହୁଛନ୍ତି। ସେ କହିଛନ୍ତି, ସଲମାନଙ୍କ ଫିଲ୍ମ ‘ସୁଲତାନ’ ତାଙ୍କର ବଲିଉଡ୍‌ର ସବୁଠୁ ପ୍ରିୟ।

କିଛିଦିନ ତଳେ ସାମନ୍ଥା ସଲମାନଙ୍କ ଜନ୍ମଦିନରେ ତାଙ୍କ ଫାର୍ମହାଉସରେ ଉପସ୍ଥିତ ଥିଲେ। ସେ ଏହା ପୂର୍ବରୁ ସଲମାନଙ୍କୁ ୨-୩ ଥର ବି ଭେଟିଥିବା କହିଛନ୍ତି। ଗତମାସରେ ସେ ଯେତେବେଳେ ମୁମ୍ବାଇ ଆସିଥିଲେ ସେତେବେଳେ ହ୍ରିତିକ୍‌ଙ୍କୁ ଭେଟିଥିଲେ। ଏହା ପରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ହ୍ରିତିକ୍‌ଙ୍କ ସହ ଫଟୋ ଶେୟାର କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ହୋଇଥିଲା।

Share