Categories: ଜାତୀୟ

ସୁପ୍ରିୟା ସୁଲେଙ୍କୁ କ୍ୟାବିନେଟ୍‌ ପଦ ଅଫର୍‌ କରିଥିଲା କି ଭାଜପା: ନିଜେ କଲେ ସ୍ପଷ୍ଟ

ନୂଆଦିଲ୍ଲୀ,୧୬।୮: ଏନସିପି ନେତା ସୁପ୍ରିୟା ସୁଲେଙ୍କୁ କୌଣସି କ୍ୟାବିନେଟ ପୋଷ୍ଟ ଅଫର କରି ନ ଥିଲା ଭାଜପା। ଏକଥା ସୁପ୍ରିୟା ନିଜେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ମୋତେ କେହି କିଛି ଅଫର ଦେଇ ନାହାଁନ୍ତି କିମ୍ବା ମୋ ସହ କଥାବାର୍ତ୍ତା କରିନାହାଁନ୍ତି। ଆପଣ ସେମାନଙ୍କୁ (ମହାରାଷ୍ଟ୍ର କଂଗ୍ରେସ ନେତା) ପଚାରିବା ଉଚିତ ଯେ ସେମାନେ କାହିଁକି ଏପରି ଅପପ୍ରଚାର କରୁଛନ୍ତି? ମୁଁ ଜାଣି ନାହିଁ। ମୁଁ ବ୍ୟକ୍ତିଗତ ଭାବେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖାର୍ଗେ, ଗୌରବ ଗୋଗୋଇଙ୍କ ପରି ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଯୋଗାଯୋଗରେ ଅଛି କିନ୍ତୁ ମୁଁ ମହାରାଷ୍ଟ୍ରରେ ସେମାନଙ୍କ ନେତାଙ୍କ ସହ ଯୋଗାଯୋଗରେ ନାହିଁ। ଏନସିପି କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ ଦଳର ମୁଖ୍ୟ ଶରଦ ପାୱାର ଭାଜପା କ୍ୟାମ୍ପ ଆଡକୁ ଯାଉଛନ୍ତି ବୋଲି କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି।
ଏହାପୂର୍ବରୁ ପୁଣେରେ ଅନୁଷ୍ଠିତ ଗୁପ୍ତ ବୈଠକରେ କଂଗ୍ରେସ ନେତା ନାନା ପାଟୋଲ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଶରଦ ପାୱାରଙ୍କୁ ସମାଲୋଚନା କରିଥିଲେ। ପାଟୋଲ କହିଥିଲେ ଯେ, ଏଭଳି ବୈଠକ ଲୋକମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଯଦି ସେମାନେ ସମ୍ପର୍କୀୟ ତେବେ ଗୁପ୍ତରେ ସାକ୍ଷାତ କରିବାର ଆବଶ୍ୟକତା କ’ଣ ଥିଲା।

Share