ସରକାର ବଦଳିବା ପରେ ବଦଳିଗଲା କି ପୁରୁଷୋତ୍ତମପୁର ସ୍ବାସ୍ଥ୍ୟକେନ୍ଦ୍ରର ନିୟମ, ବାହାରୁ ରିପୋର୍ଟ ଆଣିଲେ…

ପୁରୁଷୋତ୍ତମପୁର,୧୪ା୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯାହାକି ସାମାନ୍ୟ ବ୍ଲଡ୍‌ପ୍ରେସର ଓ ଟେମ୍ପରେଚର ମାପିବା ଲାଗି ବାହାର କ୍ଲିନିକ୍‌କୁ ଡାକ୍ତର ପଠାଉଥିବା ଦେଖିବାକୁ ମିଳିଛି। ଏଭଳି ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ଲଡ୍‌ପ୍ରେସର ମାପ ମେଶିନଟିଏ ନ ଥିବା ସମସ୍ତଙ୍କୁ ଚକିତ କରିଦେଇଛି। ବାହାରେ ଟେଷ୍ଟକରି ରିପୋର୍ଟ ଆଣିବା ପରେ ତାହାକୁ ନେଇ ଡାକ୍ତର ଚିକିତ୍ସା କରିବା ଅତି ଲଜ୍ଜାଜନକ ବିଷୟ ପାଲଟିଛି। ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏହାକୁ ନେଇ  ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପୁରୁଷୋତ୍ତମପୁର କନକା ସାହିର ବି.ଅନିଲ କୁମାର ପାତ୍ର ତାଙ୍କ ବୃଦ୍ଧ ବାପାଙ୍କୁ ଚିକିତ୍ସା ଲାଗି ଆଣିଥିବାବେଳେ ଡାକ୍ତର ତାଙ୍କର ବିପି ଓ ଟେମ୍ପରେଚର ଟେଷ୍ଟ ଲାଗି ବାହାରକୁ ପଠାଇଥିବାକୁ ନେଇ ସେ ଏହାର ପ୍ରତିବାଦ କରିଥିଲେ। ଏପରିକି ବୃଦ୍ଧ ବାପାଙ୍କୁ ନେଇ ବାହାରେ ଟେଷ୍ଟକରି ରିପୋର୍ଟ ଆଣି ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତର ଚିକିତ୍ସା କରିଥିଲେ। ଏପରି ବହୁ ରୋଗୀ ଏଭଳି ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏଭଳି ସ୍ଥିତିକୁ ନେଇ ଲୋକେ ସରକାର ବଦଳିବା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ମଧ୍ୟ ବଦଳିଗଲା କି ବୋଲି ପ୍ରଶ୍ନକରି ସ୍ବାସ୍ଥ୍ୟ ବିଭାଗକୁ ସମାଲୋଚନା କରିଛନ୍ତି।

ଏଥିନେଇ କାର୍ଯ୍ୟରତ ଡାକ୍ତର ଶେଫାଳି ଦାଶଙ୍କୁ ପଚାରିବାରୁ ସେ ନିଃସହାୟତା ପ୍ରକାଶ କରି କହିଛନ୍ତି ଯେ, ଗୋଟିଏ ବିପି ମେଶିନ ଖରାପ ହୋଇପଡ଼ିରହିଥିବା ବେଳେ ଅନ୍ୟ ବିପି ମେଶିନଟିକୁ ଆକାଉଣ୍ଟାଣ୍ଟ ନେଇ ତାଙ୍କ ରୁମ୍‌ରେ ରଖି ତାଲା ପକାଇ ଚାଲିଯାଇଛନ୍ତି। ଯାହାଦ୍ବାରା ଶନିବାରଠାରୁ ଦୁଇଦିନ ହେଲା ରୋଗୀମାନଙ୍କୁ ଚିକିତ୍ସା କରିବାରେ ଘୋର ସମସ୍ୟା ହେଉଛି। ରୋଗୀଙ୍କୁ ବାହାରକୁ ନ ପଠାଇ ସରକାରୀ ମେଡିକାଲରେ ସେବା ଯୋଗାଇ ଦେବାର ଆମର କର୍ତ୍ତବ୍ୟ ରହିଛି ମାତ୍ର ଏଭଳି ଅସୁବିଧାକୁ ନେଇ ରୋଗୀଙ୍କ ଜୀବନ ପ୍ରତି ଗୁରୁତ୍ୱ ଦେଇ ବ୍ଲଡ୍‌ପ୍ରେସର ଓ ଟେମ୍ପରେଚର ଟେଷ୍ଟ ଲାଗି ବାହାରକୁ ପଠାଇବାକୁ ବାଧ୍ୟ ହେଉଛି। ବାହାରୁ ଟେଷ୍ଟ କରି ଆସିବା ପରେ ସେହି ରିପୋର୍ଟକୁ ନେଇ ରୋଗୀଙ୍କ ଚିକତ୍ସା କରୁଛି। ଏନେଇ ଆକାଉଣ୍ଟାଣ୍ଟଙ୍କୁ ଫୋନ୍‌ କରି ଡାକିବାରୁ ରବିବାର ଛୁଟିଅଛି ଯାଇପାରିବିନି। ସୋମବାର ଗଲେ ବିପି ମେଶିନ ଦେବି ବୋଲି କହିଥିବାର  ଡାକ୍ତର ଶେଫାଳି ଦାଶ ଅତି କ୍ଷୋଭର କହିଛନ୍ତି। ଏଣୁ ତୁରନ୍ତ ସରକାର ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧ କୋଟି ପୁରସ୍କାର ଘୋଷିତ ମାଓବାଦୀ ଗିରଫ

ମାଲକାନଗିରି,୧୬ା୧୦(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନା ପୋଲିସ ଦ୍ୱାରା ୧ କୋଟି ଟଙ୍କା ପୁରସ୍କାର ଘୋଷିତ ମହିଳା ମାଓବାଦୀ ବୁଧବାର ଗିରଫ ହୋଇଛନ୍ତି। ସେ ହେଲେ କଳ୍ପନା ଓରଫ...

ବ୍ୟବଚ୍ଛେଦ ପରେ ବାଘର ମୃତଦେହକୁ ପୋଡ଼ିଦେଲେ ବନ କର୍ମଚାରୀ

ବରଗଡ଼,୧୬ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସମ୍ବରଧରା-ଲଖନପୁର ରାସ୍ତାରେ ମଙ୍ଗଳବାର ଉଦ୍ଧାର ହୋଇଥିବା ମୃତ ବାଘର ବୁଧବାର ଶବ ବ୍ୟବଚ୍ଛେଦ ହୋଇଛି। ଭଟଲି...

ବଳଦ ଖୋଜିବାକୁ ଯାଇଥିଲେ, ଟାଣିନେଲା କୁମ୍ଭୀର, ଚିତ୍କାର ଶୁଣି…

ମହାକାଳପଡ଼ା,୧୬ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଳଦ ଖୋଜିବା ହେଲା କାଳ। ନଦୀକୂଳରେ ଛକି ରହିଥିଲା ବଉଳା କୁମ୍ଭୀର। ନାଳି ପାର୍ଶ୍ୱରେ ବଳଦ ଖୋଜିବାକୁ ଯାଇଥିବା ଶଙ୍କର ସାମନ୍ତ(୫୦)ଙ୍କୁ...

ପୁଣି ବିବାଦରେ ଛନ୍ଦିହେଲେ ବରଗଡ଼ ଧନୁଯାତ୍ରାର କଂସ ହୃଷୀକେଶ ଭୋଇ, ଲାଞ୍ଚ ନେଇ…

ବରଗଡ଼,୧୬ା୧୦(ପ୍ରେମାନନ୍ଦ ଖମାରୀ): ଆଉମାତ୍ର ଅଢ଼େଇ ମାସ ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଏହି ମହୋତ୍ସବ ଆରମ୍ଭ...

ଝିଅଙ୍କୁ ଛୁରି ଭୁସି ହତ୍ୟାକଲେ ବାପା

ଚିତ୍ରକୋଣ୍ଡା,୧୬ା୧୦(ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ): ବାପା ସାଜିଲେ ସଇତାନ। ଜନ୍ମିତ ଶିଶୁକନ୍ୟାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ଏପରି ଘଟଣା ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ...

ଝିଅ ଆଗରେ ସ୍ତ୍ରୀଙ୍କ ଗଳା କାଟିଦେଲେ ସ୍ବାମୀ, ଆଉ ତା’ ପରେ…

କାଲିମେଳା,୧୬ା୧୦(ଜୀବନକୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଏମ୍‌ପିଭି ୨୩ ଗ୍ରାମରେ ବୁଧବାର ସକାଳେ ଜଣେ ମହିଳାଙ୍କ ଗଳାକୁ ତାଙ୍କ ସ୍ବାମୀ ଛୋଟ ଝିଅ...

ଗାଧୋଉଥିବାବେଳେ ପୋଖରୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ଦିଗପହଣ୍ଡି,୧୬ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ଜଣଙ୍କ ହେଲେ ପଟିଗୁଡ଼ା...

ବାଇକ୍‌ ଚଳାଇ ଆସୁଥିବାବେଳେ ହଠାତ୍‌ ପଡ଼ିଗଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୧୬ା୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାର ଓଡ଼ାସିଙ୍ଗି ଗ୍ରାମ ନିକଟରେ ବୁଧବାର ସାରେ ପ୍ରାୟ ସାଢ଼େ ୬ ଟାରେ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri