ଫିଲ୍ମ‘ଜଓ୍ବାନ’ପାଇଁ ଏତିକି କୋଟି ଟଙ୍କା ଚାର୍ଜ କଲେ ବିଜୟ ସେଥୁପଥି

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ବିଜୟ ସେଥୁପଥି ଦମଦାର ଆକ୍ସନ ପାଇଁ ବେଶ୍‌ ପରିଚିତ। ନିକଟରେ ଫିଲ୍ମ ବିକ୍ରମରେ ଦେଖିବାକୁ ମିଳିଥିବା ଏହି ଅଭିନେତାଙ୍କୁ ନିର୍ମାତା ଏଟିଲିଙ୍କ ଫିଲ୍ମ‘ଜଓ୍ବାନ’ରେ ଦେଖିବାକୁ ମିଳିବ। ତେବେ ଫିଲ୍ମ ‘ଜଓ୍ବାନ’ର ମୁଖ୍ୟ ଭୂମିକାରେ ଶାହରୁଖ ଖାନଙ୍କ ସହ ନାୟିକା ଭାବେ ନୟନଥାରା ନଜର ଆସିବେ। ଏହାସହ ଏହି ଫିଲ୍ମରେ ବିଜୟ ସେଥୁପଥିଙ୍କୁ ନେଗେଟିଭ୍‌ ଭୂମିକାରେ ମଧ୍ୟ ଅଭିନୟ କରିବେ। ହେଲେ ‘ଜଓ୍ବାନ’ରେ ଅଭିନୟ କରିବାକୁ ବିଜୟ କେତେ ଚାର୍ଜ କରିଛନ୍ତି ଆପଣ ଜାଣିଛନ୍ତି କି? ଏକ ରିପୋର୍ଟ ଅନୁଯାୟୀ, ବିଜୟ ‘ଜଓ୍ବାନ’ପାଇଁ ୨୧ କୋଟି ଟଙ୍କା ଚର୍ଚ୍ଚା କରିଥିବା ଜଣାପଡିଛି। ସୂଚନାନୁଯାୟୀ, ଫିଲ୍ମ ବିକ୍ରମରେ ବିଜୟଙ୍କୁ ଏକ ନେଗେଟିଭ୍‌ ରୋଲ୍‌ରେ ଦେଖିବାକୁ ମିଳିଥିଲା। ଯାହାକୁ ଦେଖିବା ପରେ ବିଜୟଙ୍କ ପ୍ରଶଂସକ ବଢିଯାଇଛନ୍ତି। ଆଉ ଏହି ଫିଲ୍ମଟିକୁ ବହୁ ମାତ୍ରାରେ ଦର୍ଶକଙ୍କ ଭଲ ପାଇବା ମିଳିଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ପ୍ରାୟ ୧୫୦ କୋଟିରୁ ଊର୍ଦ୍ଧ୍ୱ ଆୟ କରିଥିବା ଜଣାପଡିଛି।

Share