Categories: ଖେଳ

ଅନୁଷ୍କାଙ୍କୁ ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଅନୁଷ୍କା ଶର୍ମାଙ୍କୁ ବିବାହ କରିବା ପୂର୍ବରୁ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ୨୦୧୨ରେ ବିରାଟ-ତମନ୍ନା ଡେଟ୍‌ କରୁଥିବା ନେଇ ଖବର ଶୁଣିବାକୁ ମିଳୁଥିଲା। ଏପରି ଚର୍ଚ୍ଚା ହେବାର କିଛି ଦିନ ମଧ୍ୟରେ ଉଭୟ ଏକତ୍ର ଏକ ବିଜ୍ଞାପନରେ କାମ ମଧ୍ୟ କରିଥିଲେ। ଉକ୍ତ ସମୟରେ ସେମାନଙ୍କ ସମ୍ପର୍କକୁ ନେଇ ଅଫିସିଆଲି କିଛି କୁହାଯାଇ ନ ଥିଲା। ବିରାଟ ଏବଂ ତମନ୍ନା ମଧ୍ୟ ନିଜ ସମ୍ପର୍କକୁ ନେଇ ସର୍ବସାଧାରଣରେ କିଛି କହିବାକୁ ମନା କରିଦେଇଥିଲେ। କିନ୍ତୁ ଏବେ ତମନ୍ନା ବିରାଟଙ୍କ ସହ ଡେଟିଂ ଖବରକୁ ଅସ୍ବୀକାର କରିଛନ୍ତି।
ତମନ୍ନା କହିଛନ୍ତି, ବିଜ୍ଞାପନର ସୁଟିଂ ସମୟରେ ଆମେ କେବଳ ୪ଟି ଶବ୍ଧ କହିଥିଲୁ। ବିରାଟ ଏବଂ ମୋ ମଧ୍ୟରେ କେବଳ ଏତିକି କଥାବାର୍ତ୍ତା ଥିଲା। ଏହା ପରଠାରୁ ମୁଁ କେବେହେଲେ ବିରାଟଙ୍କୁ ସାକ୍ଷାତ କରିନାହିଁ କି କଥା ମଧ୍ୟ ହୋଇ ନାହିଁ। କିନ୍ତୁ ମୋ ସହ କାମ କରିଥିବା ଅଧିକାଂଶ ଅଭିନେତାଙ୍କ ଅପେକ୍ଷା ବିରାଟ ଭଲ ଥିଲେ ବୋଲି ତମନ୍ନା କହିଛନ୍ତି।
ତେବେ ବିରାଟ ଅନୁଷ୍କାଙ୍କୁ ବିବାହ କରିବା ପରଠାରୁ ଏହି ଦମ୍ପତି ସବୁ ସମୟରେ ନିଜ ଫଟୋକୁ ପ୍ରଶଂସକଙ୍କ ସହ ଶେୟାର କରିଥାନ୍ତି। ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ହେଉଛି ଏହାର ପ୍ରମାଣ। ଅନୁଷ୍କା ବର୍ତ୍ତମାନ ଗର୍ଭବତୀ ଅଛନ୍ତି। ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନଙ୍କୁ ଅପେକ୍ଷା କରିଛନ୍ତି।

Share