ଭାଲୁକୁ ପିଟିପିଟି ମାରି ଦେଲେ କି…

କେନ୍ଦୁଝର,୨୩।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ରେଞ୍ଜ ନେଲୁଙ୍ଗ ଗ୍ରାମ ନିକଟ ଜମିରୁ ଏକ ଭାଲୁର ମୃତଦେହ ବନ ବିଭାଗ ଜବତ କରିଛି। ଭାଲୁଟିର କିପରି ମୃତ୍ୟୁ ଘଟିଲା ସେ ନେଇ ଜଣାପଡ଼ିନାହିଁ। ଜଙ୍ଗଲ ନଷ୍ଟ ଯୋଗୁ ଭାଲୁମାନେ ଜନ ବସତି ମୁହାଁ ହେଉଥିବା ବେଳେ ଏଭଳି ପରିସ୍ଥିତିରେ କେହି ତାକୁ ପିଟିପିଟି ମାରି ଦେଇଥିବା ଅନୁମାନ କରାଯାଉଛି।
ଅନ୍ୟପକ୍ଷେ ଭାଲୁ ମଧ୍ୟରେ ଲଢେଇରୁ ମତ୍ୟୁ ଘଟିଥିବା ବନ ବିଭାଗ ସନ୍ଦେହ କରୁଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପ୍ରକୃତ କାରଣ ଜଣାପଡ଼ିବ।