ବିବାହ ପୂର୍ବରୁ ଏହି କ୍ରିକେଟରଙ୍କ ପ୍ରେମରେ ପାଗଳ ଥିଲେ ଅମୃତା ସିଂ

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରଙ୍କ ଅନେକ ଫଟୋ, ଭିଡିଓ ଏବଂ ସେମାନଙ୍କ ସହ ଜଡିତ କାହାଣୀ ଭାଇରାଲ ହେବାରେ ଲାଗିଛି। ତେବେ ବର୍ତ୍ତମାନ ଦୁବାଇରେ ଆଇପିଏଲ୍‌ ଆରମ୍ଭ ହୋଇଯାଇଛି। ତେଣୁ କ୍ରିକେଟରଙ୍କ ଲଭ୍‌ ଲାଇଫ୍‌କୁ ନେଇ ମଧ୍ୟ ଅନେକ ଖବର ଭାଇରାଲ ହେଉଛି। ଏହି କ୍ରମରେ ଏବେ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଅଭିନେତ୍ରୀ ସ୍ତ୍ରୀ ଅମୃତା ସିଂ ଏବଂ କ୍ରିକେଟର ରବି ଶାସ୍ତ୍ରୀଙ୍କ ପ୍ରେମ ସମ୍ପର୍କକୁ ନେଇ ଖବର ଭାଇରାଲ ହେବାରେ ଲାଗିଛି।


ଖେଳପ୍ରେମୀଙ୍କ ହୃଦୟରେ ରାଜ୍‌ କରୁଥିବା କ୍ରିକେଟର ରବି ଶାସ୍ତ୍ରୀ ଏବଂ ଅମୃତା ଉଭୟ ଉଭୟଙ୍କୁ ପାଗଳ ପରି ଭଲ ପାଉଥିଲେ। ସେହି ସମୟରେ ଅର୍ଥାତ୍‌ ୮୦ ଦଶକରେ ଉଭୟ ନିଜ ନିଜ କ୍ୟାରିୟରେ ସଫଳତା ପାଇସାରିଥିଲେ। ରବିଙ୍କୁ ଦେଖିବା ପାଇଁ ଅମୃତା ସବୁବେଳେ ଷ୍ଟାଡିୟମ୍‌ରେ ଉପସ୍ଥିତ ରହୁଥିଲେ। ମାତ୍ର ସେମାନେ ନିଜ ସମ୍ପର୍କକୁ ନେଇ କେବେହେଲେ ସର୍ବସମ୍ମୁଖରେ ସ୍ବୀକାର କରି ନାହାନ୍ତି। ଏକଦା ଅମୃତା ରବିଙ୍କ ମ୍ୟାଚ ଦେଖିବା ପାଇଁ ଶାହାଜାନ୍‌ ମଧ୍ୟ ଯାଇଥିଲେ। ସେଠାରେ ରବିଙ୍କ ପ୍ରତିଟି ଚୌକା ଓ ଛକାରେ ସେ ତାଳି ମାରୁଥିଲେ। ଖାଲି ସେତିକି ନହେଁ, ରବିଙ୍କୁ ମଧ୍ୟ ଅମୃତାଙ୍କ ଫିଲ୍ମର ଶୁଟିଂ ସେଟ୍‌ରେ ଦେଖିବାକୁ ମିଳୁଥିଲା। ଏକ ମାଗାଜିନ୍‌ର କଭର ପୃଷ୍ଠାରେ ରବି ଏବଂ ଅମୃତାଙ୍କ ଫଟୋ ଛପିଥିଲା। ଏହାକୁ ନେଇ ସେହି ସମୟରେ ଚର୍ଚ୍ଚା ଜୋର୍‌ ଧରିଥିଲା। ସେମାନଙ୍କ ନିର୍ବନ୍ଧ ଶେଷ ହୋଇଯାଇଛି, ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। ଉଭୟ ସେମାନଙ୍କ ସମ୍ପର୍କକୁ ନେଇ ସିରିୟସ୍‌ ମଧ୍ୟ ଥିଲେ। ମାତ୍ର ବିବାହ ପୂର୍ବରୁ ସମ୍ପର୍କରେ ପୂର୍ଣ୍ଣଛେଦ ପଡିଥିଲା। ଏହାର କାରଣ ମଧ୍ୟ ରବି ଏକ ସାକ୍ଷାତକାରରେ କହିଥିଲେ। ସେ କହିଥିଲେ ଯେ, ସେ ଜଣେ ଅଭିନେତ୍ରୀ ସ୍ତ୍ରୀ ଚାହାନ୍ତି ନାହିଁ। ସ୍ତ୍ରୀର ପ୍ରଥମ ପ୍ରାଥମିକତା ଘର ହେଉ ବୋଲି ସେ ଚାହୁଁଥିବା କହିଥିଲେ। ରବିଙ୍କ ଏପରି କଥାର ଜବାବ ମଧ୍ୟ ଦେଇଥିଲେ ଅମୃତା। ସେ କହିଥିଲେ, ବର୍ତ୍ତମାନ ମୁଁ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହୁଁଛି। ହେଲେ କିଛି ବର୍ଷ ପରେ ମୁଁ ଫୁଲ୍‌ ଟାଇମ୍‌ ସ୍ତ୍ରୀ ଏବଂ ମା’ ହେବି ବୋଲି ଏକ ସାକ୍ଷାତକାରରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ-ବିରାଟଙ୍କଠାରୁ ଅଧିକ ରନ୍‌, ଶାମିଙ୍କଠାରୁ ଅଧିକ ଉଇକେଟ; ଚାମ୍ପିଅନ୍ସ ଟ୍ରଫିରେ ବିପର୍ଯ୍ୟୟ ସୃଷ୍ଟି କରୁଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୮।୨: ଗୋଟିଏ ପଟେ ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡ ଏବଂ ପାକିସ୍ତାନ ଭଳି ବଡ଼ ଦଳ ପ୍ରଥମ ରାଉଣ୍ଡରେ ହିଁ ବାଦ ପଡ଼ିଥିବା ବେଳେ ବାଂଲାଦେଶ ମଧ୍ୟ...

Champions Trophy: ପାକିସ୍ତାନରେ ଶେଷ ହୋଇଗଲା ଏହି ଭେଟେରାନଙ୍କ ଅଧିନାୟକ କ୍ୟାରିୟର, ଦଳ ହାରିବା ପରେ ଦେଲେ ଇସ୍ତଫା 

ନୂଆଦିଲ୍ଲୀ,୨୮।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଟୁର୍ନାମେଣ୍ଟରେ ଖରାପ ପ୍ରଦର୍ଶନ ପରେ ଜଣେ ଅଧିନାୟକ ପଦ ଛାଡ଼ିଛନ୍ତି। ପୂର୍ବତନ...

ନ୍ୟୁଜିଲାଣ୍ଡ ଟୁର୍‌ରୁ ଓହରିପାରନ୍ତି ପାକିସ୍ତାନର ସିନିୟର ଖେଳାଳି

ଲାହୋର, ୨୮ା୨: ଆଇସିସି ଚାମ୍ପିୟନ୍ସ ଟ୍ରଫିରୁ ପାକିସ୍ତାନ ଦଳର ଲଜ୍ଜାଜନକ ପରାଜୟ ପରେ ଦଳର କେତେଜଣ ସିନିୟର ଖେଳାଳି ଆସନ୍ତା ମାସରେ ହେବାକୁଥିବା ନ୍ୟୁଜିଲାଣ୍ଡ ଟୁର୍‌ରୁ...

ମେ ୨୯ରୁ ଅଲ୍ଟିମେଟ ଟେବୁଲ ଟେନିସର ଷଷ୍ଠ ସିଜନ

ନୂଆଦିଲ୍ଲୀ,୨୮ା୨: ଅଲ୍ଟିମେଟ ଟେବୁଲ ଟେନିସ (ୟୁଟିଟି)ର ଷଷ୍ଠ ସଂସ୍କରଣ ଅହମ୍ମଦାବାଦରେ ଆସନ୍ତା ମେ ୨୯ରୁ ଜୁନ ୧୫ ପର୍ଯ୍ୟନ୍ତ ଖେଳାଯିବ। ଏ ନେଇ ଆୟୋଜକଙ୍କ ପକ୍ଷରୁ...

ରଣଜୀ ଟ୍ରଫି ଫାଇନାଲ: ବିଦର୍ଭ ଇନିଂସ ଅଗ୍ରଣୀ

ନାଗପୁର,୨୮ା୨: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ କେରଳ ବିପକ୍ଷରେ ଚାଲିଥିବା ରଣଜୀ ଟ୍ରଫି ଫାଇନାଲରେ ବିଦର୍ଭ ଇନିଂସ ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସରେ ବିଦର୍ଭ...

IND vs NZ: ପାକିସ୍ତାନକୁ ହରାଇବା ପରେ ଇତିହାସ ରଚିବେ Virat Kohli! ଟାର୍ଗେଟରେ ୧-୨ ନୁହେଁ ରହିଛି ଏତିକି ରେକର୍ଡ

ନୂଆଦିଲ୍ଲୀ,୨୮।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତୀୟ ଦଳର ସବୁଠାରୁ ବଡ଼ ଚିନ୍ତା ଥିଲା ବିରାଟ କୋହଲିଙ୍କ ଫର୍ମ। ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ଭେଟିଥିଲା।...

ସୁପରଷ୍ଟାରଙ୍କୁ ଆଡେଇ ଦେଇ ବଲିଉଡରେ ଆଧିପତ୍ୟ ବିସ୍ତାର କରିବ AI ! ରିଲିଜ ହେଲା ପ୍ରଥମ AI ଫିଲ୍ମର ଟ୍ରେଲର

ମୁମ୍ବାଇ: ବଲିଉଡର ବଡ଼ ବଡ଼ ଷ୍ଟାରମାନଙ୍କ ଫିଲ୍ମ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରନ୍ତି। ନିର୍ମାତାମାନେ ମଧ୍ୟ ସେମାନଙ୍କର ଫିଲ୍ମ କେବଳ ଲୋକପ୍ରିୟ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image