ବିବାହ ପୂର୍ବରୁ ଏହି କ୍ରିକେଟରଙ୍କ ପ୍ରେମରେ ପାଗଳ ଥିଲେ ଅମୃତା ସିଂ

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରଙ୍କ ଅନେକ ଫଟୋ, ଭିଡିଓ ଏବଂ ସେମାନଙ୍କ ସହ ଜଡିତ କାହାଣୀ ଭାଇରାଲ ହେବାରେ ଲାଗିଛି। ତେବେ ବର୍ତ୍ତମାନ ଦୁବାଇରେ ଆଇପିଏଲ୍‌ ଆରମ୍ଭ ହୋଇଯାଇଛି। ତେଣୁ କ୍ରିକେଟରଙ୍କ ଲଭ୍‌ ଲାଇଫ୍‌କୁ ନେଇ ମଧ୍ୟ ଅନେକ ଖବର ଭାଇରାଲ ହେଉଛି। ଏହି କ୍ରମରେ ଏବେ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଅଭିନେତ୍ରୀ ସ୍ତ୍ରୀ ଅମୃତା ସିଂ ଏବଂ କ୍ରିକେଟର ରବି ଶାସ୍ତ୍ରୀଙ୍କ ପ୍ରେମ ସମ୍ପର୍କକୁ ନେଇ ଖବର ଭାଇରାଲ ହେବାରେ ଲାଗିଛି।


ଖେଳପ୍ରେମୀଙ୍କ ହୃଦୟରେ ରାଜ୍‌ କରୁଥିବା କ୍ରିକେଟର ରବି ଶାସ୍ତ୍ରୀ ଏବଂ ଅମୃତା ଉଭୟ ଉଭୟଙ୍କୁ ପାଗଳ ପରି ଭଲ ପାଉଥିଲେ। ସେହି ସମୟରେ ଅର୍ଥାତ୍‌ ୮୦ ଦଶକରେ ଉଭୟ ନିଜ ନିଜ କ୍ୟାରିୟରେ ସଫଳତା ପାଇସାରିଥିଲେ। ରବିଙ୍କୁ ଦେଖିବା ପାଇଁ ଅମୃତା ସବୁବେଳେ ଷ୍ଟାଡିୟମ୍‌ରେ ଉପସ୍ଥିତ ରହୁଥିଲେ। ମାତ୍ର ସେମାନେ ନିଜ ସମ୍ପର୍କକୁ ନେଇ କେବେହେଲେ ସର୍ବସମ୍ମୁଖରେ ସ୍ବୀକାର କରି ନାହାନ୍ତି। ଏକଦା ଅମୃତା ରବିଙ୍କ ମ୍ୟାଚ ଦେଖିବା ପାଇଁ ଶାହାଜାନ୍‌ ମଧ୍ୟ ଯାଇଥିଲେ। ସେଠାରେ ରବିଙ୍କ ପ୍ରତିଟି ଚୌକା ଓ ଛକାରେ ସେ ତାଳି ମାରୁଥିଲେ। ଖାଲି ସେତିକି ନହେଁ, ରବିଙ୍କୁ ମଧ୍ୟ ଅମୃତାଙ୍କ ଫିଲ୍ମର ଶୁଟିଂ ସେଟ୍‌ରେ ଦେଖିବାକୁ ମିଳୁଥିଲା। ଏକ ମାଗାଜିନ୍‌ର କଭର ପୃଷ୍ଠାରେ ରବି ଏବଂ ଅମୃତାଙ୍କ ଫଟୋ ଛପିଥିଲା। ଏହାକୁ ନେଇ ସେହି ସମୟରେ ଚର୍ଚ୍ଚା ଜୋର୍‌ ଧରିଥିଲା। ସେମାନଙ୍କ ନିର୍ବନ୍ଧ ଶେଷ ହୋଇଯାଇଛି, ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। ଉଭୟ ସେମାନଙ୍କ ସମ୍ପର୍କକୁ ନେଇ ସିରିୟସ୍‌ ମଧ୍ୟ ଥିଲେ। ମାତ୍ର ବିବାହ ପୂର୍ବରୁ ସମ୍ପର୍କରେ ପୂର୍ଣ୍ଣଛେଦ ପଡିଥିଲା। ଏହାର କାରଣ ମଧ୍ୟ ରବି ଏକ ସାକ୍ଷାତକାରରେ କହିଥିଲେ। ସେ କହିଥିଲେ ଯେ, ସେ ଜଣେ ଅଭିନେତ୍ରୀ ସ୍ତ୍ରୀ ଚାହାନ୍ତି ନାହିଁ। ସ୍ତ୍ରୀର ପ୍ରଥମ ପ୍ରାଥମିକତା ଘର ହେଉ ବୋଲି ସେ ଚାହୁଁଥିବା କହିଥିଲେ। ରବିଙ୍କ ଏପରି କଥାର ଜବାବ ମଧ୍ୟ ଦେଇଥିଲେ ଅମୃତା। ସେ କହିଥିଲେ, ବର୍ତ୍ତମାନ ମୁଁ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହୁଁଛି। ହେଲେ କିଛି ବର୍ଷ ପରେ ମୁଁ ଫୁଲ୍‌ ଟାଇମ୍‌ ସ୍ତ୍ରୀ ଏବଂ ମା’ ହେବି ବୋଲି ଏକ ସାକ୍ଷାତକାରରେ କହିଥିଲେ।