ବାପାଙ୍କ ଦରମା ଟଙ୍କାକୁ ପୋଡି ଦେଇଥିଲେ ସଲମାନ୍‌ ଖାନ୍‌: ଜାଣନ୍ତୁ କାହିଁକି ଏପରି କରିଥିଲେ…

ସଲମାନ୍‌ ଖାନ୍‌ଙ୍କ ଟିଭି ଶୋ’ ‘ବିଗ୍‌ ବସ୍‌’ ଅକ୍ଟୋବର ୩ରୁ ଆରମ୍ଭ ହେବାକୁ ଯାଉଛି। ଏହି ଶୋ’ ପାଇଁ ନିର୍ମାତା ସଲମାନ୍‌ଙ୍କୁ ଲକି ମାନିଥାନ୍ତି। ତେଣୁ ସଲମାନ୍‌ ଏଥିପାଇଁ ଯେତେ ଫିସ୍‌ ମାଗିଥାନ୍ତି ନିର୍ମାତା ତାଙ୍କୁ ଦେବାକୁ ରାଜି ହୋଇଥାନ୍ତି। ଏହି ଶୋ’ ବର୍ତ୍ତମାନ ଆରମ୍ଭ ହୋଇନାହିଁ କିନ୍ତୁ ଏହାକୁ ନାହିଁ ଚର୍ଚ୍ଚା ଲାଗି ରହିଛି। ଏହି ସମୟରେ ସଲମାନ୍‌ଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ସଲମାନ୍‌ଙ୍କ ଏକ ଭୁଲ ପାଇଁ ବାପା ସଲିମ ଖାନ୍‌ଙ୍କର ବହୁତ କ୍ଷତି ହୋଇଥିଲା।
ପିଲାଦିନେ ସଲମାନ୍‌ ଏକଦା ବାପା ସଲମ୍‌ଙ୍କ ଟଙ୍କାରେ ନିଆଁ ଲଗାଇ ଦେଇଥିଲେ।
ଖବର ଅନୁଯାୟୀ, ଦୀପାବଳୀ ସମୟରେ ସଲମାନ୍‌ ଭଉଣୀ-ଭାଇଙ୍କ ସହ ମସ୍ତି କରୁଥିଲେ। ଏହି ସମୟରେ ସମସ୍ତେ ମିଶି କାଗଜ ଜଳାଉଥିଲେ। କାଗଜ ଶେଷ ହୋଇଯିବା ପରେ ସଲମାନ୍‌ ଆଉ କିଛି ନ ପାଇଁ ବାପାଙ୍କ ରୁମ୍‌କୁ ଯାଇ ଟେବୁଲ ଉପରେ ଥିବା ଟଙ୍କା ବଣ୍ଡଲକୁ ଆଣି ନିଆଁ ଲଗାଇଥିଲେ। ଭାଉ, ଭଉଣୀଙ୍କୁ ମଧ୍ୟ ଜଳାଇବା ପାଇଁ ଦେଇଥିଲେ। ସେମାନେ ପ୍ରାୟ ୭୫୦ ଟଙ୍କା ଜାଳିଦେଇଥିଲେ। ଏହା ସଲିମ୍‌ ଜାଣିବା ପରେ ପିଲାମାନଙ୍କ ଉପରେ ନ ରାଗି ସେମାନଙ୍କୁ ଟଙ୍କାର ମହତ୍ତ୍ୱ ବିଷୟରେ ବୁଝାଇଥିଲେ। ଏହି କଥାକୁ ସବୁଦିନ ପାଇଁ ମନେ ରଖିବେ ବୋଲି ସଲମାନ୍‌ ବାପାଙ୍କୁ କଥା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିସ୍‌ ୟୁନିଭର୍ସ ଇଣ୍ଡିଆ ଟାଇଟଲ ଜିତିଲେ ରିୟା ସିଂଘା

ଜୟପୁର, ୨୪।୯: ଗୁଜରାଟୀ ମଡେଲ ରିୟା ସିଂଘା(୧୯) ‘ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୪’ ଟାଇଟଲ ହାସଲ କରିଛନ୍ତି। ରବିବାର ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ‘ମିସ୍‌ ୟୁନିଭର୍ସ ଇଣ୍ଡିଆ...

ଛାଡପତ୍ର ଖବର ମଧ୍ୟରେ ଐଶ୍ୱର୍ଯ୍ୟା କରିଲେ ଏମିତି କାମ, ହେଉଛି ଭାଇରାଲ

ମୁମ୍ବାଇ: ବ୍ୟକ୍ତିଗତ ଜୀବନକୁ ନେଇ ଐଶ୍ୱର୍ଯ୍ୟା ରାୟ ଆଜିକାଲି ହେଡଲାଇନରେ ଅଛନ୍ତି। ତାଙ୍କ ସହ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଅନେକ ମାସ ଧରି ବିବାଦ ଲାଗି...

ଓସ୍କାର ରେସ୍‌ରେ ‘ଲାପ୍‌ତା ଲେଡିଜ୍‌’

ମୁମ୍ବାଇ,୨୩ା୯: ଓସ୍କାର ରେସ୍‌ରେ ହିନ୍ଦୀ ଫିଲ୍ମ ‘ଲାପ୍‌ତା ଲେଡିଜ୍‌’। କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଥିଏଟର୍‌ ଏବଂ ଓଟିଟିରେ ବେଶ୍‌ ପ୍ରଶଂସା ସାଉଁଟିଥିଲା। ଆଉ...

୬ ବର୍ଷ ପରେ ପୁଣି ଜାହ୍ନବୀ, ଇଶାନଙ୍କ ଯୋଡ଼ି

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ଇଶାନ ଖଟ୍ଟର ଶେଷ ଥର ପାଇଁ ୨୦୧୮ରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ‘ଧଡକ୍‌’ ଫିଲ୍ମରେ ନଜରକୁ ଆସିଥିଲେ।...

ସିନେ ଜଗତର ପ୍ରଥମ ଅଭିନେତା ଭାବେ ଚିରଞ୍ଜୀବୀଙ୍କୁ ଗିନିଜ ୱାଲର୍‌ଡ ରେକର୍ଡ

ହାଇଦ୍ରାବାଦ,୨୨।୯: ତେଲୁଗୁ ଫିଲ୍ମ ଜଗତରେ ମେଗାଷ୍ଟାର ଭାବେ ଚିରଞ୍ଜୀବୀ ପରିଚିତ। ସିନେ ଜଗତର ପ୍ରଥମ ଅଭିନେତା ଭାବେ ସେ ନିଜର ନୃତ୍ୟ ଦକ୍ଷତା ପାଇଁ ଗିନିଜ...

ଏଥର ଦୁର୍ଗା ପୂଜାରେ ଦୁର୍ଗା

ଏଥର ଦୁର୍ଗା ପୂଜା ଅବସରରେ ରିଲିଜ ହେବାକୁ ଯାଉଥିବା ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ଦୁର୍ଗା’। ଏକ ନାରୀକୈନ୍ଦ୍ରିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri